ବିମାନଘାଟିରେ ଶାହରୁଖ ଗଣିଲେ ଜୋରିମାନା

ଅଭିନେତା ଶାହରୁଖ ଖାନଙ୍କ ପ୍ରଶଂସକମାନଙ୍କୁ ଛୋଟିଆ ଝଟ୍‌କା ଖାଇବାକୁ ପଡ଼ିଛି । ନଭେମ୍ବର ୧୨ ତାରିଖରେ ଶାହରୁଖଙ୍କ ଅଙ୍ଗରକ୍ଷୀ ରବି ସିଂହଙ୍କୁ ବିମାନଘାଟିର ଆଠ ନମ୍ବର ଗେଟ୍‌ ନିକଟରେ ମହଜୁଦ ସୀମା ଶୁଳ୍କ ଅଧିକାରୀମାନେ ଅଟକାଇଦେଲେ । ଅଙ୍ଗରକ୍ଷୀଙ୍କ ହେପାଜତରେ ଥିବା ଶାହରୁଖଙ୍କ ବକ୍ସରୁ କିଛି ଦାମି ଜିନିଷ ରହିବା ଯୋଗ୍ୟ ଖାଲି ପ୍ୟାକେଟ୍‌ ମିଳିଥିଲା । କୌଣସି ପ୍ୟାକେଟରୁ କିଛି ପାଇ ନଥିଲେ ସୀମାଶୁଳ୍କ ଅଧିକାରୀ । ମାତ୍ର ବିନା ଜିନିଷରେ କୋଉ ଦୋକାନୀ ଖାଲି ପ୍ୟାକେଟ୍‌ କ’ଣ ପାଇଁ ଦେବ, କଥାଟି ଟିକେ ଅଡୁଆ ଲାଗିବାରୁ ସୀମା ଶୁଳ୍କ ଅଧିକାରୀମାନେ ଶାହରୁଖଙ୍କ ନିକଟକୁ ଫୋନ୍‌ କଲେ । ସେତେବେଳକୁ ରାତି ସାଢେ଼ ୧୨ଟା । ଶାହରୁଖ ଓ ତାଙ୍କ ପରିଚାଳକ ପୂଜା ଦଦଲାନୀ ବିମାନଘାଟି ଛାଡ଼ି ସାରିଥିଲେ । ତିନିଜଣ ଯାକ ଦୁବାଇରୁ ଆସି ମୁମ୍ବାଇରେ ପହଂଚିଥିଲେ । ଶାହରୁଖ ପୂଜା ଦଦଲାନୀଙ୍କ ସହିତ ବିମାନଘାଟି ଛାଡ଼ି ସାରିଥିଲେ ।

ସୀମା ଶୁଳ୍କ ଅଧିକାରୀଙ୍କ ଫୋନ୍‌ ରିସିଭ କରି ସବୁ ଶୁଣିବା ପରେ ସେ ବିମାନଘାଟିକୁ ଫେରିଲେ । ସରକାରୀ ଅଧିକାରୀ ଖାଲି ପ୍ୟାକେଟ୍‌ରେ ରଖା ଯାଉଥିବା ଦାମି ଜିନିଷର ମୂଲ୍ୟ ମୁତାବକ ଟିକସ ବସାଇଲେ । ବିଚରା ଶାହରୁଖ ବାଧ୍ୟ ପିଲାଟି ପରି ଜରିମାନା ଗଣି ରବି ସିଂହଙ୍କୁ ଧରି ଘରକୁ ଫେରିଲେ । କୁହାଯାଏ ଶାହରୁଖ, ପରିଚାଳକ ପୂଜା ଓ ରବି ସିଂହଙ୍କ ଭିତରେ ଦୃଢ଼ ସଂପର୍କ ରହିଛି ଯାହା କୌଣସି ଯୌଥ ପରିବାରରେ ଦେଖିବା ବିରଳ ।