ପେଶାୱାରର ସ୍କୁଲରେ ବିସ୍ଫୋରଣ : ୭ମୃତ ,୭୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ପେଶାଓ୍ବର : ପାକିସ୍ତାନର ପେଶାୱାର ନିକଟରେ ବିସ୍ଫୋରଣ ଯୋଗୁ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ପେଶାଓ୍ବରରେ ଏକ ମଦ୍ରାସା ନିକଟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପଛର କାରଣ ସ୍ପଷ୍ଟ ହୋଇନାହିଁ । କେତେକ ଲୋକଙ୍କ କହିବା ଅନୁସାରେ ଏହା ସିଲିଣ୍ଡର ବ୍ଲାଷ୍ଟ। ଘଟଣାସ୍ଥଳରେ ପହଞ୍ଚିଥିବା ଅଫିସର ମାମଲାର ତଦନ୍ତ କରୁଛନ୍ତି।

ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମଙ୍କ କହିବା ଅନୁସାରେ ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ଏଲଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଠପଢ଼ା ଚାଲିଥିବାବେଳେ ମଦ୍ରାସାରେ ବିସ୍ଫୋରଣ ହୋଇଥିଲା।