ମରଣ ବି ଏମିତି ଆସେ , ଦେଖନ୍ତୁ ଭିଡିଓ..

ବିବାହ ଉତ୍ସବରେ ନାଚୁଥିଲେ, ପଡ଼ିଗଲେ ଆଉ ଉଠିଲେନି, ଦେଖନ୍ତୁ ଭିଡିଓ..

ବାରାଣସୀ: ମରଣ ବି ଏମିତି ଆସେ । ଜଣେ ବ୍ୟକ୍ତି ତାଙ୍କ ଝିଆରିଙ୍କ ବିବାହ ଉତ୍ସବରେ ଅନ୍ୟମାନଙ୍କ ଗହଣରେ ନାଚୁଥିଲେ, ହଠାତ୍‌ ତଳେ ପଡ଼ିଗଲେ । କ’ଣ ହେଲା? ଚହଳ ପଡ଼ିଗଲା । ସୂଚନା ମୁତାବକ ବାରାଣସୀରେ ଝିଆରି ବାହାଘର ଉତ୍ସବରେ ନାଚୁଥିବା ଅବସ୍ଥାରେ ତଳେପଡ଼ି ପ୍ରାଣ ହରାଇଛନ୍ତି ପିଇସା । ଲୋକଙ୍କୁ ଲାଗିଲା ପିଇସା ନାଚୁନାଚୁ ପଡ଼ିଯାଇଛନ୍ତି । କିନ୍ତୁ କିଛି ସମୟ ଧରି ନଉଠିବାରୁ ପରିବାର ଲୋକମାନେ ତାଙ୍କୁ ହସ୍ପିଟାଲ ନେଇଗଲେ ।


ଡାକ୍ତରଙ୍କ ମୁହଁରୁ ‘ମୃତ’ ଶବ୍ଦ ଶୁଣି ଲୋକଙ୍କ ମୁହଁରୁ ଭାଷା ବାହାରିଲାନି । ମୃତ ବ୍ୟକ୍ତିଙ୍କ ନାମ ମନୋଜ ବିଶ୍ୱକର୍ମା । ତାଙ୍କର ବୟସ ପ୍ରାୟ ୪୦ ବର୍ଷ । ସେ ଜଣେ ଗହଣା ବେପାରୀ । ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ ତାଙ୍କର ମୃତ୍ୟୁ ସମୟର ଘଟଣା ଦେଖିବାକୁ ମିଳିଛି । କେଉଁ କାରଣରୁ ସଂପୃକ୍ତ ବ୍ୟକ୍ତିଙ୍କର ଜୀବନ ଚାଲିଗଲା, ବ୍ୟବଚ୍ଛେଦ ପରେ ଜଣାପଡ଼ିବ । ମନୋଜବାବୁଙ୍କ ଘର ବାରାଣସୀର ବଡ଼ ପିୟରି ଇଲାକାରେ । ତାଙ୍କ ସଳାଙ୍କ ଝିଅ ବାହାଘରକୁ ମଣ୍ଡୁଆଡିହ ଯାଇଥିଲେ ।

ଆମନ୍ତ୍ରିତ ଅତିଥିଗଣ ଓ ବନ୍ଧୁବାନ୍ଧବମାନେ ଢେ଼ାଲ ତାଳରେ ନାଚୁଥିଲେ । ପିଇସା ମନୋଜ ମଧ୍ୟ ସେମାନଙ୍କ ସହିତ ପାଦ ମିଳାଇ ନାଚୁଥିଲେ । ୫-୭ ମିନିଟ୍‌ ନାଚିବା ପରେ ସେ ତଳେ ପଡ଼ିଗଲେ । ୫ ସେକେଣ୍ଡ ଭିତରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ମନୋଜଙ୍କ ସହିତ ନାଚୁଥିବା ମହିଳା ପ୍ରଥମେ ଭାବିଲେ ବୋଧେ ନାଚ କଦମ ପକାଉଥିଲେ ପଡ଼ିଗଲେ । ସେ ପ୍ରଥମେ ତାଙ୍କ ପାଖକୁ ଯାଇ ଉଠିବାକୁ କହିଲେ । ମାତ୍ର ମନୋଜ ନିରବ ନିଶ୍ଚଳ ଭଳି ପଡ଼ି ରହିବାରୁ ଅନ୍ୟ ଲୋକଙ୍କ ମନରେ ସନ୍ଦେହ ହେଲା । ସେ ହୃତଘାତ କାରଣରୁ ମୃତ୍ୟୁବରଣ କରିଛନ୍ତି କି ନା’, ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ।