ନୂଆଦିଲ୍ଲୀ : ବିବାହ ବନ୍ଧନରେ ଆବଦ୍ଧ ହେବେ ଅଭିନେତ୍ରୀ କାଜୋଲ ଅଗ୍ରଓ୍ବାଲ । ଅକ୍ଟୋବର ୩୦ରେ ବିବାହ କରିବା ନେଇ ଖୋଦ୍ କାଜୋଲ ସୋସିଆଲ ମିଡିଆରେ ଏହି କଥା ସମସ୍ତଙ୍କୁ ଜଣାଇ ଥିଲେ। ବାହାଘର ଖବର ଦେବା ପରେ ଏବେ ସେ ତାଙ୍କ ସ୍ବାମୀ ଗୌତମ କିଚଲୁଙ୍କ ସହ ନିଜର ଏକ ଫଟୋ ପ୍ରଥମଥର ପାଇଁ ସେୟାର କରିଛନ୍ତି।

ସେ ଇନଷ୍ଟାଗ୍ରାମରେ ନିଜର ଓ ଗୌତମଙ୍କର କିଛି ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ପ୍ରଶଂସକଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି। କାଜୋଲ ଓ ଗୌତମଙ୍କ ବାହାଘର ମୁମ୍ବାଇରେ ଅନୁଷ୍ଠିତ ହେବ। ଯେଉଁଥିରେ ପରିବାର ଓ କିଛି ଅନ୍ତରଙ୍ଗ ଲୋକ କେବଳ ସାମିଲ ହେବେ। କରୋନା ମହାମାରୀ ଯୋଗୁ ବାହାଘର ଉତ୍ସବକୁ ଧୂମଧାମରେ ପାଳନ ନ କରିବା କହିଛନ୍ତି।
କାଜୋଲ ହିନ୍ଦୀ ଫିଲ୍ମ ବ୍ୟତୀତ ସାଉଥ ସିନେମାରେ ବହୁ ହିଟ୍ ଫିଲ୍ମରେ କାମ କରିଛନ୍ତି। କାଜଲ ଅଜୟ ଦେବଗନଙ୍କ ସହ ରୋହିତ ସେଟ୍ଟିଙ୍କ ସୁପରହିଟ୍ ଫିଲ୍ମ ‘ସିଘଂମ’ରେ ନଜର ଆସିଥିଲେ। ଏହା ବାଦ୍ ସେ ଅକ୍ଷୟ କୁମାରଙ୍କ ସହ ‘ସ୍ପେଶାଲ ଛବିଶ’ ରେ କାମ କରିଛନ୍ତି।