ହିମାଳୟ ପରିଦର୍ଶନ କରିଥିଲେ ପ୍ରଭୁ ଯୀଶୁ

ଖ୍ରୀଷ୍ଟିୟାନ୍‌ ଧର୍ମ..

ଖ୍ରୀଷ୍ଟିୟାନ୍‌ ଧର୍ମ ପ୍ରତିଷ୍ଠାତା ପ୍ରଭୁ ଯୀଶୁ ତାଙ୍କ ଶିଷ୍ୟଙ୍କ ଗହଣରେ ଆସି ହିମାଳୟର ପାଦଦେଶରେ କିଛିଦିନ କଟାଇଥିବାର ପ୍ରବାଦ ରହିଛି । ଏକ ଜଟିଳ ରୋଗର ଶିକାର ହୋଇ ପ୍ରଭୁ ଯୀଶୁ କୈଳାସ ପର୍ବତ ନିକଟ ମାନ ସରୋବରରେ ସ୍ନାନ କରିଥିଲେ । ହିମାଳୟ ପାଦଦେଶରେ ମଠ ସ୍ଥାପନ କରି ମହାଦେବଙ୍କ ଆରାଧନା କରିଥିଲେ । କଶ୍ମୀର ଉପତ୍ୟକାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଥିଲେ ପ୍ରଭୁ ଯୀଶୁ ଓ ତାଙ୍କର ଶିଷ୍ୟଗଣ । ପ୍ରାୟ ତିନିବର୍ଷ କାଳ ହିମାଳୟ ପାଦଦେଶରେ ଅବସ୍ଥାନ କରି ଯୀଶୁ ଜଟିଳ ରୋଗରୁ ମୁକ୍ତ ହୋଇଥିଲେ । କୈଳାସପତି ମହାଦେବଙ୍କ ଆଶୀର୍ବାଦ ଲାଭ କରି ଯୀଶୁ ଜେରୁଜେଲମ ଫେରି ଯାଇଥିଲେ ।

୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କ ସଂଖ୍ୟା ପ୍ରାୟ ୧୨ ଲକ୍ଷ ୬୦ ହଜାର ଥିଲା । ଭାରତରେ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କ ସଂଖ୍ୟା ପ୍ରାୟ ୩ କୋଟି । ସମାଜର ନ୍ୟସ୍ତସ୍ୱାର୍ଥ ଲୋକଙ୍କ ହାତରେ ରହି ସନାତନ ଧର୍ମ ତା’ର ଦୁଇବାହୁ ପ୍ରସାରିତ କରି ଦଳିତ ସଂପ୍ରଦାୟ ଓ ଦୁର୍ଗମ ଜଙ୍ଗଲ ଭିତରେ ରହୁଥିବା ଆଦିବାସୀ ସମୁଦାୟକୁ କୋଳେଇ ପାରିଲାନି । ମାତ୍ର ଖ୍ରୀଷ୍ଟିୟାନ ଧର୍ମ ପ୍ରଚାରକମାନେ ସେମାନଙ୍କ ନିକଟରେ ପହଂଚି ପ୍ରଭୁ ଯୀଶୁଙ୍କର ମହିମା ଶୁଣାଇ ଆପଣାର କରି ନେଇଥିଲେ ।

ସବୁ ଧର୍ମର ଜନନୀ ହୋଇଥିଲେ ମଧ୍ୟ ରାଜା ରାଜୁଡ଼ାଙ୍କ ବିଶ୍ୱାସୀ ପାରିଷଦ ବର୍ଗରେ ଅବସ୍ଥାନ କରୁଥିବା ବ୍ରାହ୍ମଣ ସମାଜର ହୀନ ଚିନ୍ତାଧାରା କ୍ରମେ ସନାତନ ଧର୍ମକୁ ଉପାୟଶୂନ୍ୟ କରିଥିଲା । ଆଜି ମଧ୍ୟ ଗ୍ରାମାଂଚଳରେ ବସବାସ କରୁଥିବା ଦଳିତ ପରିବାର ମନ୍ଦିର ଭିତରକୁ ପ୍ରବେଶ କରିବାର ଅଧିକାର ପାଇନାହାନ୍ତି । ଭାରତର ସମ୍ବିଧାନ ସବୁ ବର୍ଗର ଲୋକଙ୍କୁ ସମାନ ଅଧିକାର ପ୍ରଦାନ କରିଥିଲା ବେଳେ ସମାଜର ବଡ଼ପଣ୍ଡାଙ୍କ ନାଲିଆଖି ନିକଟରେ ସମ୍ବିଧାନର ମୌଳିକ ଅଧିକାର ନିଷ୍ପ୍ରଭ ହୋଇଯାଇଛି ।