କାର ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାନଭାଇ ଆହତ

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନଭାଇ…

ଗାନ୍ଧୀନଗର: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନଭାଇ ପ୍ରହ୍ଲାଦ ମୋଦୀ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଛନ୍ତି । ସେ ପରିବାର ଗହଣରେ ବନ୍ଦିପୁରା ଯାଉଥିଲେ । ଦିନ ପ୍ରାୟ ଦୁଇଟା ସମୟରେ ତାଙ୍କ ମର୍ସିିଡିଜ କାରଟି ଡିଭାଇଡରକୁ ପିଟି ଦେଇଥିଲା । ଗାଡ଼ିରେ ପ୍ରହ୍ଲାଦଙ୍କ ସହିତ ତାଙ୍କ ପତ୍ନୀ, ପୁଅ, ବୋହୁ ଓ ନାତି ଥିଲେ । ଦୁର୍ଘଟଣାରେ ଗାଡ଼ିଟି ଏକପ୍ରକାର ନଷ୍ଟ ହୋଇଯାଇଛି । ତାଙ୍କ ନାତିଟିର ପାଦର ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଅନ୍ୟମାନେ ମାମୁଲି ଆହତ ହୋଇଛନ୍ତି । ମୈସୁରସ୍ଥିତ ଜେପି ହସ୍ପିଟାଲକୁ ସେମାନଙ୍କୁ ନିଆଯାଇଛି ।