ରାଜ୍ୟ ସ୍ଥାପନ ଦିବସ ଅବସରରେ ତ୍ରିପୁରାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ଆଗାମୀ ଦିନରେ ମଧ୍ୟ ଏହି ଧାରା ଅବ୍ୟାହତ ରହୁ…
ଭୁବନେଶ୍ୱର, ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନ ଦିବସ ଅବସରରେ ତ୍ରିପୁରାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ରାଜ୍ୟ ସ୍ଥାପନ ଦିବସ ଅବସରରେ ତ୍ରିପୁରାବାସୀଙ୍କୁ ଶୁଭକାମନା । ତ୍ରିପୁରାର ସମୃଦ୍ଧି ପଥରେ ବିଗତ ୫ ବର୍ଷ ବେଶ ଗୁରୁତ୍ୱପୂର୍ଣ୍ଣ । କୃଷି ଠାରୁ ଆରମ୍ଭ କରି ଶିଳ୍ପ, ଶିକ୍ଷା ଠାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟରେ ଅଭୂତପୂର୍ବ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଆଗାମୀ ଦିନରେ ମଧ୍ୟ ଏହି ଧାରା ଅବ୍ୟାହତ ରହୁ ।”