‘ଲକ୍ଷ୍ମୀ ବମ୍ବ’ ନୁହେଁ ‘ଲକ୍ଷ୍ମୀ’ ନାମରେ ରିଲିଜ ହେବ ଅକ୍ଷୟଙ୍କ ଫିଲ୍ମ

ମୁମ୍ବାଇ: ଏବେ ‘ଲକ୍ଷ୍ମୀ ବମ୍ବ’ ନୁହେଁ ‘ଲକ୍ଷ୍ମୀ’ ନାମରେ ରିଲିଜ ହେବ ଫିଲ୍ମ । ଅନେକ ବାଦ ବିବାଦ ପରେ ବଦଳିଲା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ନାଁ। ‘ଲକ୍ଷ୍ମୀ ବମ୍ବ’ ନାଁ ରଖାଯାଇ ମା’ଙ୍କ ଅସମ୍ମାନ କରାଯାଇଥିବା ନେଇ ବିରୋଧ କରିଥିଲା କରଣି ସେନା । ଏହା ସହ ଶ୍ରୀ ରାଜପୁତ କରଣି ସେନା ପକ୍ଷରୁ ନିର୍ମାତାଙ୍କୁ ଲିଗାଲ ନୋଟିସ ପଠାଯିବ ପରେ ଫିଲ୍ମର ନାଁ ପରିବର୍ତ୍ତନ କରାଯାଇଛି। ଏନଭେମ୍ବର ୯ରେ ଡିଜନି+ହଟଷ୍ଟାରରେ ଫିଲ୍ମ ରିଲିଜ ହେବ।


ଫିଲ୍ମର ନାଁ ପରିବର୍ତ୍ତନ ହୋଇଥିବା ନେଇ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ସିନେ ସମୀକ୍ଷକ ତରନ ଆଦର୍ଶ।ସୂଚନା ମୁତାବକ, ଶ୍ରୀ ରାଜପୁତ କରଣି ସେନା ନିର୍ମାତାଙ୍କୁ ଲିଗାଲ ନୋଟିସ ପଠାଇ ଫିଲ୍ମର ନାଁ ତୁରନ୍ତ ବଦଳାଇବାକୁ କହିଥିଲା ।ଏଭଳି ନାଁ ରଖିବା ଦ୍ଵାରା ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ କରୁଛି ବୋଲି କହିଥିଲା କରଣି ସେନା ।