ଆଠଗଡ଼ : ଆଠଗଡ଼ ଵ୍ଳକ ଅନ୍ତର୍ଗତ ଦୋରଡ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ନୂତନ କୁମାର ରାଉତଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। କଟକ ଦୁର୍ନୀତି ନିବାରଣ ସ୍ଵତନ୍ତ୍ର ଅଦାଲତ ଏକ ମାମଲାର ବିଚାର କରି ନୂତନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି। ନୂତନ ତାଙ୍କ କାର୍ଯ୍ୟକାଳ ସମୟରେ ଏକ ଗ୍ରାମ୍ୟ କଂକ୍ରିଟ ରାସ୍ତାର ସବିଶେଷ ବିଲ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। କଟକ ଜିଲା ଦୁର୍ନୀତି ନିବାରଣ ବିଭାଗର ତତ୍କାଳୀନ ନୀରିକ୍ଷକ ଶେଷଦେବ ନାୟକ ଏନେଇ ଦୁର୍ନୀତି ନିବାରଣ ଆଇନ ୧୯୮୮ ବଳରେ କଟକ ସ୍ଥିତ ସ୍ଵତନ୍ତ୍ର ଦୁର୍ନୀତି ନିବାରଣ ଅଦାଲତରେ ଟି.ଆର କେଶ ନଂ ୧୦୪/୨୦୦୯ରେ ମାମଲା ରୁଜ୍ଜୁ କରିଥିଲେ।