ସପ୍ତାହେ ମଧ୍ୟରେ ୬୦୦ କୋଟି ପାର୍‌ କଲା ‘ପଠାନ୍‌’

ଏହି ସପ୍ତାହେ ମଧ୍ୟରେ ଶାହରୁଖ୍‌ଙ୍କ ଫିଲ୍ମ ପ୍ରତ୍ୟେକ ଦିନ ….

ନୂଆଦିଲ୍ଲୀ: ‘ପଠାନ୍‌’ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଗୋଟିଏ ସପ୍ତାହ ପୁରା ହୋଇଛି। ଏହି ସପ୍ତାହେ ମଧ୍ୟରେ ଶାହରୁଖ୍‌ଙ୍କ ଫିଲ୍ମ ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ଼ ଭାଙ୍ଗିଛି। ସାରା ବିଶ୍ବରେ ଏହି ଚଳଚ୍ଚିତ୍ର ଜବରଦସ୍ତ ଆୟ କରୁଛି। ଇତି ମଧ୍ୟରେ ସୂଚନା ମିଳିଛି ଯେ,​‌ ଗୋଟିଏ ସପ୍ତାହରେ ‘ପଠାନ୍‌’ ବିଶ୍ବବ୍ୟାପୀ ୬୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟ କରିଛି, ଯାହା ଫଳରେ ଫିଲ୍ମର କଳାକାରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ମଧ୍ୟ ଖୁସିିରେ ଆତ୍ମବିଭୋର ହୋଇଛନ୍ତି।

ଟ୍ରେଡ୍‌ ଆନାଲିଷ୍ଟ ରମେଶ ବାଲାଙ୍କ ମୁତାବକ, ଶାହରୁଖ ଖାନ୍‌, ଦୀପିକା ପାଦୁକୋନ ଓ ଜନ୍‌ ଆବ୍ରାହମ୍‌ ଅଭିନୀତ ‘ପଠାନ୍‌’ ମାତ୍ର ସପ୍ତାହେ ମଧ୍ୟରେ ବିଶ୍ବବ୍ୟାପୀ ବକ୍ସ ଅଫିସରେ ୬୪୦ କୋଟି ଟଙ୍କା ଆୟ କରିଛି। ଏହି ଖବର ଶୁଣି ପ୍ରଶଂସକମାନେ ଖୁବ୍‌ ଖୁସି ହେବା ସହ ଶାହରୁଖଙ୍କର ଭୁରିଭୁରି ପ୍ରଶଂସା କରିଛନ୍ତି।