ଆରମ୍ଭ ହେଲା ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ….

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ସିଟିଂ ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଓ ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା। ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ ଆଦି ବିଷୟ ପାଇଁ ପ୍ରାକ୍ଟିକାଲ୍‍ ପରୀକ୍ଷା ହେଉଛି।  ସେହିପରି ବାଣିଜ୍ୟରେ ଆକାଉଣ୍ଟାନ୍ସି, କଷ୍ଟ ଆକାଉଣ୍ଟିଂ, କଳାରେ ଆନ୍ଥ୍ରୋପଲୋଜୀ, ସାଇକୋଲୋଜୀ ଆଦି ବିଷୟରେ ପ୍ରାକ୍ଟିକାଲ୍‍ ପରୀକ୍ଷା ହେଉଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରାକ୍ଟିକାଲ ପରୀକ୍ଷା  ଚାଲିବ।