ନବଦାସଙ୍କ ହତ୍ୟା ପଛରେ ବଡ଼ବଡ଼ ନେତା!

ଗୋପାଳ ସାମାନ୍ୟ ପିଆଦା

ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରକୁ ଗୁଳି ଚଳାଇବା ଫଳରେ ଗୋପାଳ ଦାସ ଏବେ ମୁଖ୍ୟ….

କଟକ: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରକୁ ଗୁଳି ଚଳାଇବା ଫଳରେ ଗୋପାଳ ଦାସ ଏବେ ମୁଖ୍ୟ ଅଭିଯୁକ୍ତ । କିନ୍ତୁ ସ୍ପଷ୍ଟ ଦିବାଲୋକରେ ଶତାଧିକ କର୍ମୀଙ୍କ ଭିତରେ ନବଦାସଙ୍କ ଉପରକୁ ଗୁଳି କରିବା ପାଇଁ ଗୋପାଳ ମନରେ ସାହସ ଯୋଗାଇଥିବା ଲୋକଟିକୁ ପୁଲିସ ଅଣଦେଖା କରିଚାଲିଛି । ଏଭଳି ସାଂଘାତିକ କାମ ଜଣେ ଲୋକ ପକ୍ଷେ ସମ୍ଭବ ନୁହେଁ ବୋଲି ସାଧାରଣରେ ଆଲୋଚନା ଚାଲିଛି । ଗୋପାଳଙ୍କ ପଛରେ ଗୋଟିଏ ଦକ୍ଷ ଟିମ୍‌ କାମ କରୁଛି ବୋଲି ପୁଲିସ ଡିଜିପିଙ୍କ ମନ୍ତବ୍ୟରୁ ଜଣାପଡେ଼ ।

ନବଦାସଙ୍କୁ ହତ୍ୟା କରାଯିବାର ଚାରିଦିନ ପରେ ଗଣମାଧ୍ୟମକୁ ସାମ୍ନା କରିଛନ୍ତି ପୁଲିସ ଡିଜିପି ସୁନୀଲ ବଂଶଲ । ଏହି ଚାରିଦିନ ଡିଜିପି ବଂଶଲ ନିରବରେ ବସି ନଥିଲେ । ବରଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଘଟଣା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ତେଣୁ ନବଦାସଙ୍କ ହତ୍ୟା ଉପରୁ ପରଦା ହଟାଇବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦକ୍ଷ ତଦନ୍ତ ଅଫିସରଙ୍କ ସହାୟତା ନିଆଯିବାର ପୂର୍ବାଭାଷ ପ୍ରଦାନ କରିଛନ୍ତି ବଂଶଲ ।

ସେ କହିଛନ୍ତି, ମାମଲାଟି ସାଧାସିଧା ନୁହେଁ । ଅତି ସ୍ପର୍ଶକାତର ହୋଇଥିବାରୁ ୨/୪ ଦିନ ଭିତରେ ତଦନ୍ତ ସରିବନି । ଜଣେ ଅବସରପ୍ରାପ୍ତ ଜଷ୍ଟିସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରାଇମ୍‌ ବ୍ରାଂଚ ତଦନ୍ତ କରୁଛି । ପ୍ରତିଟି ଦିଗକୁ ତନ୍ନତନ୍ନ କରି ଯାଂଚ କରା ଯାଉଥିବାରୁ ତଦନ୍ତ ସରିବାକୁ ଆହୁରି କିଛିଦିନ ଲାଗିଯିବ ।
ନବଦାସଙ୍କର ଜଣେ ବିଶ୍ୱାସୀ ସହକର୍ମୀ କହିଛନ୍ତି, ଉପର ମହଲରୁ ଆଶ୍ୱାସନା ପାଇ ଗୋପାଳ ଏପରି କାଣ୍ଡ ଭିଆଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଚେତ୍‌ ତାଙ୍କ ବିଶ୍ୱାସୀ ସଚିବ ପାଣ୍ଡିଆନଙ୍କ ପାଖରେ ଟିକିନିଖି ଖବର ଅଛି । ମହାରାଷ୍ଟ୍ରରୁ ଫେରିବା ପରେ ନବଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଫେରିବା ଦିନ ତାଙ୍କ ମୁହଁରେ ହସ ନଥିଲା ।