ଅଖିଳେଶ ଯାଦବଙ୍କ କାର ପଟୁଆର ଦୁର୍ଘଟଣାଗ୍ରସ୍ତ

ଶୁକ୍ରବାର ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କର ଦଳବଳ ….

ଲକ୍ଷେ୍ନø: ଶୁକ୍ରବାର ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କର ଦଳବଳ ନେଇ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଅଖିଳେଶ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥାନରେ ପହଂଚିଥିଲେ । ମାତ୍ର ତାଙ୍କର କାର ପଟୁଆର ଭିତରୁ ପ୍ରାୟ ୬ଟି କାର ପଛକୁ ପଛ ପିଟି ହୋଇଯାଇଛି । ଏହି ଦୁର୍ଘଟଣାରେ କେବଳ କାରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ମାତ୍ର ଦଳୀୟ କର୍ମୀମାନେ ସେଭଳି ଗୁରୁତର ଆହତ ହୋଇନାହାନ୍ତି ।

ଅଖିଳେଶ ହର୍ଦ୍ଦୋଲି ଅନ୍ତର୍ଗତ ହରପାଲପୁରରେ ଅବସ୍ଥିତ ବଇଠାପୁର ଗ୍ରାମକୁ ଯାଉଥିଲେ । ଫରହାଟ୍‌ ନଗର ଷ୍ଟେସନ କ୍ରସିଂ ନିକଟରେ କାର ପଟୁଆର ଭିତରୁ ଗୋଟିଏ କାର ହଠାତ୍‌ ବ୍ରେକ କଷିଦେଲା । ଫଳରେ ପଛକୁ ପଛ କିଛି କାର ପିଟି ହୋଇଯାଇଥିଲା ।