ମେଳା ବଟରେ ହରି ନାଟ……

“ଭଜ ନିତାଇ ଗୌର ରାଧେ ଶ୍ୟାମ, ଜପ ହରେ କୃଷ୍ଣ ହରେ ରାମ”

ଯାଜପୁର, (ସାକ୍‌ସୀ ନ୍ୟୁଜ୍‌): ସତରେ ଏ କଳିଯୁଗରେ ଭବ ସାଗରରୁ ପାରିହେବାକୁ ହେଲେ ହରି ନାମ ନିହାତି ଆବଶ୍ୟକ । ତେଣୁ କଥାରେ ଅଛି…. ହରି ନାମେ କିରସ ଅଛି, ପାନ କଲା ଲୋକ ସେ ଜାଣିଛି । ଆଜ୍ଞା ହଁ ହରିନାମରେ ବହୁତ ରସ ଅଛି । ଜିଏ ଏହାକୁ ଯେତେ ଚିପୁଡ଼ିବ ସେ ତାହା ଠାରୁ ଅମୃତ ମୟ ରସ ବାହାର କରିପାରିବ । ତେଣୁ ହରିବିନା ଏ ସଂସାର ତୁଛ । ତାଙ୍କ ବିନା ଏ ଜଗତରେ ସବୁ ସମ୍ଭବ ଆଉ ଅସମ୍ଭବ ମଧ୍ୟ । ସେ ଚାହିଁଲେ ସବୁକିଛି କରିପାରିବେ ନ ଚାହିଁଲେ କିଛି କରିପାରିବେନି ।

ସଂସାରରେ ଯାହାବି ହେଉଛି ସବୁ ତାଙ୍କରି ନିର୍ଦେଶରେ ହିଁ ଚାଲିଛି l ମଣିଷ କେବଳ ମାଧ୍ୟମ । ତେଣୁ ଆଜି ସେମିତି ଏକ ଅନୁଷ୍ଠାନ ଦୀର୍ଘ ଷୋହଳ ବର୍ଷ ଧରି ଚାଲିଆସୁଛି ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମରେ । ଗ୍ରାମର ମେଳା ବଟ ଠାରେ ହରିଗୋସାଇଁଙ୍କ ଲୀଳା ଚାଲିଛି । ଏହି ସ୍ଥାନଟି ଏକ ଐତିହ ସମ୍ପର୍ଣ୍ଣ ନ କହିଲେ ହେବ । ବହୁ ପୁରାତନ କାଳରେ ଏହି ଜାଗାରେ ପ୍ରଭୁଙ୍କର ବହୁତ ମହାତ୍ୟମ ଅଛି । ଏହି ମେଳା ବଟ ଠାରେ ଆଗରୁ ମେଳଣ ହେଇଆସୁଥିଲା ।

ସେହି ମେଳଣର ନାମ ଥିଲା ଚରଣିଆ ମେଳଣ । ଉକ୍ତ ଗ୍ରାମର ଚରଣୀ ବିଶ୍ୱାଳ ନାମକ ଏକ ବ୍ୟକ୍ତି ଏହି ମେଳଣଟିକୁ କରୁଥିଲେ । ବିଭିନ୍ନ ଆଡୁ ବହୁ ବିମାନ ଆସୁଥିଲା । ଆଉ ସେହି ବିମାନରେ ରାଧାକ୍ରିଷ୍ଣ ବସି ଝୁଲି ଝୁଲି ଆସୁଥିଲେ । କ୍ରମେ କିଛି ବର୍ଷ ଚାଲିଲା ପରେ ସେ ବନ୍ଦ ହୋଇଗଲା । ତାପରେ ଗ୍ରାମର କିଛି ଯୁବକ ମିଶି କିଛି ବର୍ଷ କଲେ । କିନ୍ତୁ ସେବି ବନ୍ଦ ହୋଇଗଲା । ସେହି ମେଳା ବଟରେ ପ୍ରଭୁଙ୍କ ଲୀଳାଖେଳା ଚାଲିଥିଲା ଆଉ ସେ ଜାଗାଟି ମଧ୍ୟ ତାଙ୍କରି ଚରଣା ବିନ୍ଦରେ ରହିଥିଲା ।

ଏମିତି କିଛି ବର୍ଷ ଗଲା ପରେ ପ୍ରଭୁଙ୍କର କି ଅପାର କରୁଣା ଦେଖନ୍ତୁ ପୁଣି ସେହିଯାଗାରେ ତାଙ୍କରି ନାଟ ପୁଣି ଚାଲିଲା । ଗ୍ରାମର କିଛି ଯୁବକ ଏକତ୍ରିତ ହୋଇ ଏକ ଅଷ୍ଟପ୍ରହରୀ କରିବା ପାଇଁ ନିଷ୍ପତି ନେଲେ । କେଉଁଠି କରିବା ପାଇଁ ଜାଗା ଖୋଜିଲେ । କିନ୍ତୁ ପ୍ରଭୁଙ୍କର ତ ସେହିଟି ଲୀଳା କରିବାର ଅଛି ସେ ଆଉ କୋଉଠିକି କାହିଁ ଯିବେ । ତେଣୁ ସେହିଁ ଜାଗାରେ ଆରମ୍ଭ ହୋଇଗଲା ପ୍ରଭୁଙ୍କର ନାମ ଯଂଜ୍ଞ । ଦେଖନ୍ତୁ ପ୍ରଭୁଙ୍କର କି ବିଚିତ୍ର ଖେଳ । ମୋ ଜାଗା ଥାଉ ଥାଉ ମୁଁ କାହିଁ କୋଉଠିକି ଯିବି ।

ଆଗରୁ ଯୋଉଠି ଥିଲି ଏବେବି ସେହିଠି ରହିବି । ବର୍ଷ ପରେ ବର୍ଷ ଅତିକ୍ରମ କଲା ଆଉ ପ୍ରଭୁଙ୍କର ନାମଯଂଜ୍ଞ ମଧ୍ୟ ଚାଲିଲା । ସମସ୍ତେ କୁହନ୍ତି ପ୍ରଭୁଙ୍କୁ ଯୋଉଠି, ଯୋଉ ଜାଗାରେ ଭକ୍ତିରେ ଡାକିଲେ ସେ ନିଶ୍ଚୟ ଶୁଣନ୍ତି ସେଟାତ ଠିକ କଥା । କିନ୍ତୁ ବେଳେ ବେଳେ ପ୍ରଭୁଙ୍କୁ ଯୋଉ ଜାଗାବି ପସନ୍ଦ ନୁହେଁ ସେ ମଧ୍ୟ ସେ ଜାଗାରେ ରୁହନ୍ତିନି । ପ୍ରଭୁଙ୍କର ଇଛା ଥିଲା ଯୋଉ ମେଳାବଟରେ ଦିନେ ଭକ୍ତଙ୍କ ଗହଳି ଚହଳି ଚାଲିଥିଲା ସେହିଁ ଜାଗାରେ ପୁଣି ଭକ୍ତଙ୍କ ଗହଳିଚହଲି ଲାଗିରହୁ ।

ତାହାର ଆଜି ଉଦାହରଣ ଦେଖିବାକୁ ମିଳିଛି । ପୁଣି ସେହି ମେଳା ବଟରେ ହରିର ନାଟ ଚାଲିଛି । ଆଉ ଭକ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳୁଛି । ସତରେ ସେ ଭାରି ନଟଖଟିଆ, ଲବଣି ଚୋର କେତେବେଳେ ହସାଉଛି ତ କେତେବେଳେ କନ୍ଦାଉଛି । ସେହି ହରିଙ୍କ ବିନା କିଛିବି ହୋଇପାରେନା । ସବୁ ତାଙ୍କରି ଠାରୁ ଆରମ୍ଭ ଆଉ ତାଙ୍କରି ଠାରେ ଶେଷ । ଆସନ୍ତୁ ସମସ୍ତେ ମିଶି ସେହିଁ ପରଆତ୍ମାଙ୍କ ପାଖରେ ନିଜକୁ ସମର୍ପଣ କରିଦେବା ଆଉ ତାଙ୍କରି ଗୁଣକୀର୍ତ୍ତନ କରି ଏ ଭବ ସାଗରରୁ ବିଦାୟ ନେଇଯିଵା ତାହେଲେ ମଣିଷ ଜୀବନ ସାର୍ଥକ ହୋଇଯିବ ।…. ଜୟ ହରି ଗୋସାଇଁ ମହାପ୍ରଭୁ, ଗରଗାଲୀରୁ ସୁଧାଂଶୁ ପରିଡାଙ୍କ ରିପୋଟ (ସାକ୍‌ସୀ ନ୍ୟୁଜ୍‌)