ଅରୁଣ ବୋଥ୍ରା ଏକମାତ୍ର କାଢୁଆ ଆଇପିଏସ୍‌ ଅଧିକାରୀ

ରାଜ୍ୟରେ ଦକ୍ଷ ଆଇପିଏସ୍‌ ମରୁଡ଼ି, ରାଷ୍ଟ୍ରପତି ପଦକଧାରୀ ଅଲୋଡ଼ା…

ଭୁବନେଶ୍ୱର: କ୍ୟାବିନେଟ୍‌ ମବୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଭାର ବହନ କରିଛି କ୍ରାଇମ୍‌ ବ୍ରାଂଚ୍‌ । ଏଡିଜି ଅରୁଣ ବୋଥ୍ରାଙ୍କ ଭଳି ସଂକଟ ମୋଚନ ଆଇପିଏସ୍‌ ଅଧିକାରୀ ଥାଉଥାଉ ମୁଖ୍ୟମବୀ ନବୀନ ପ…ନାୟକଙ୍କୁ ଆଉ ଚିନ୍ତା କରିବାର ନାହିଁ । ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି କୋହଳ ଆଭିମୁଖ୍ୟ ପୋଷଣ କରାଯିବ; ସେ ସଂପର୍କୀତ ପରାମର୍ଶ ନବୀନନିବାସରୁ ଅରୁଣ ବୋଥ୍ରାଙ୍କୁ ଦିଆଯାଇଛି । ଅରୁଣ ବୋଥ୍ରାଙ୍କ ତଦନ୍ତ ରିପୋର୍ଟ ଉପରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ମୋହର ମାରି ରାଜ୍ୟବାସୀଙ୍କ ଦୃଷ୍ଟିରେ ଉଭୟ ଦଳ ଓ ପୁଲିସକୁ ଜନତାଙ୍କ ବିଶ୍ୱାସଯୋଗ୍ୟ କରିବା ମୁଖ୍ୟମବୀ ନବୀନ ପ…ନାୟକଙ୍କର ଅସଲ ଉଦ୍ଦେଶ୍ୟ ।

ଅଭିଯୁକ୍ତ ଗୋପାଳ ଦାସକୁ ଛାଡ଼ିଦେଲେ ପୁଲିସ ପ୍ରଶାସନ ପ୍ରତି ଜନଆକ୍ରୋଶ ବୃଦ୍ଧି ପାଇବ । ଅନ୍ୟ ପକ୍ଷରେ ବିରୋଧୀ ଦଳର ବିକ୍ଷୋଭ ପ୍ରଦର୍ଶନ, ଚକାଜାମ, ଧର୍ମଘଟ, ଶୋଭାଯାତ୍ରା ଭଳି କାର୍ଯ୍ୟାନୁଷ୍ଠାନକୁ ଭଣ୍ଡୁର କରିବା ପାଇଁ ମୁଖ୍ୟମବୀ ନବୀନ ପ…ନାୟକ ପୁଲିସକୁ ଅଧିକ କ୍ଷମତା ପ୍ରଦାନ କରିଥିଲେ; ମାତ୍ର ତାହା ଏବେ ନବୀନବାବୁଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ଦଳୀୟ ମବୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ଏବେ ନବୀନବାବୁଙ୍କୁ କାଠଗଡ଼ାକୁ ଟାଣି ନେଇଛି ।

ବିରୋଧୀ ଦଳକୁ ମିଛ ମାମଲାରେ ଫସାଇ ନଚାଇବା ପାଇଁ ନବୀନବାବୁ ଯୋଉ ଫାଶ ବସାଇଥିଲେ; ଏବେ ନିଜେ ସେଇ ଫାଶରେ ପଡ଼ି ଅରୁଣ ବୋଥ୍ରାଙ୍କ ଶରଣାପନ୍ନ ହୋଇଛନ୍ତି । ରାଜ୍ୟବାସୀଙ୍କ ମନରେ ଗୋଟିଏ କଥା ଘାଂଟଚକଟା ଚାଲିଛି । ତା’ ହେଉଛି, ଅରୁଣ ବୋଥ୍ରା ନଥିଲେ ନବୀନବାବୁଙ୍କ ଅବସ୍ଥା କ’ଣ ହୋଇଥାନ୍ତା । ରାଜ୍ୟରେ ଏତେ ଦକ୍ଷ ପୁଲିସ ଅଧିକାରୀ ଥିଲେ କ’ଣ ହେବ? ପରୀ ମାମଲାରେ ଅରୁଣ ବୋଥ୍ରାଙ୍କୁ ରାତାରାତି ରାଜ୍ୟ ପରିବହନ ବିଭାଗରୁ ଅଣାଗଲା । ନବଦାସଙ୍କ ହତ୍ୟାକାଣ୍ଡ ବେଳକୁ ଅରୁଣ ବୋଥ୍ରାଙ୍କ ହାତରେ କ୍ରାଇମ୍‌ ବ୍ରାଂଚ୍‌ ରହିବା ଏକ ଦୁର୍ଲଭ ଯୋଗ ନା ହୀନ ଷଡ଼ଯବର ଏକ ଅଂଶବିଶେଷ ।