ଜଟଣୀ ଆରଓବି କାର୍ଯ୍ୟରେ ଅଗ୍ରଗତି

ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ଅନ୍ତର୍ଗତ ଜଟଣୀ ଠାରେ ….

ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ଅନ୍ତର୍ଗତ ଜଟଣୀ ଠାରେ ବହୁ ପ୍ରତୀକ୍ଷିତ ତଥା ଜନସାଧାରଣ କେନ୍ଦ୍ରିକ ରୋଡ ଓଭର ବ୍ରିଜ (ଆରଓବି-ROB) କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି | ରେଳବାଇ ଅଂଶରେ ବ୍ରିଜ୍ ର ଉପରିଭାଗ କାର୍ଯ୍ୟ ପାଇଁ ବୋ-ଷ୍ଟ୍ରିଙ୍ଗ୍ ଗାର୍ଡ଼ର କାର୍ଯ୍ୟ ଆରମ୍ଭ ହୋଇଛି | ବ୍ରିଜ୍ ସହିତ ସଂଯୋଗୀକରଣ ମାର୍ଗ ପ୍ରାୟ ସମାପ୍ତ ହୋଇଛି |

 

ବ୍ୟସ୍ତବହୁଳ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନରେ ଟ୍ରେନ୍ ଚଳାଚଳକୁ ପ୍ରଭାବିତ ନକରି ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପ୍ରଶାସନ ଗତକାଲି ଦ୍ୱିତୀୟ ବୋ-ଷ୍ଟ୍ରିଙ୍ଗ୍ ଗାର୍ଡର୍ (ଫ୍ଲୋର ପ୍ରଣାଳୀ ପାଇଁ କାର୍ଯ୍ୟ ପ୍ରାୟ 36 ମେଟ୍ରିକ ଟନ) ସ୍ଥାପନ କରି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛି | ଏହି କାର୍ଯ୍ୟକୁ ଏକ ଘଣ୍ଟା ମଧ୍ୟରେ ସଫଳତାର ସହିତ ସ୍ଥାପନ କରାଯାଇଅଛି | ଟ୍ରେନ ଚଳାଚଳ ବ୍ୟାଘାତ ବିନା ସମସ୍ତ ୟାର୍ଡ ଲାଇନଗୁଡିକର ଯୋଜନାବଦ୍ଧ ଟ୍ରାଫିକ୍ ଏବଂ ଓଭର ହେଡ଼ ଇକୁଇପମେଣ୍ଟ ବ୍ଲକ୍ ନିଆଯାଇଥିଲା |

ଆରଓବିର ରେଳବାଇ ଅଂଶରେ 48 ମିଟର ଲମ୍ବ ଏବଂ 13 ମିଟର ଚୌଡାର ବୋ-ଷ୍ଟ୍ରିଙ୍ଗ୍ ଗାର୍ଡ଼ର କାର୍ଯ୍ୟ ଆରମ୍ଭ ହୋଇଛି | ସର୍ବନିମ୍ନ ଟ୍ରାଫିକ୍ ବ୍ଲକ୍ ସହିତ ଗାର୍ଡ଼ରର ସମସ୍ତ ଷ୍ଟ୍ରିଙ୍ଗ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ କରାଯାଉଅଛି | 400 ଟନ୍ କ୍ଷମତା ବିଶିଷ୍ଟ ଦୁଇଟି କ୍ରେନ୍ ଏହି କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥିଲେ |

ସମସ୍ତ ଭାଗିଦାରୀ ମାନଙ୍କ ମଧ୍ୟରେ ରେଳବାଇର ରଣନୀତିକ ଯୋଜନା ଏବଂ ସମନ୍ୱୟ ଦ୍ୱାରା ଯନ୍ତ୍ରପାତି ରଖିବା ପାଇଁ ବଜାର ଅଞ୍ଚଳରେ ପର୍ଯ୍ୟାପ୍ତ ସ୍ଥାନ ଅଭାବର ମୁଖ୍ୟ ପ୍ରତିବନ୍ଧକକୁ ଦୂର କରିଥିଲା | କେବଳ ଜଟଣୀ ମାର୍କେଟ ପାର୍ଶ୍ୱରେ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ଉପଲବ୍ଧ ସ୍ଥାନ ଥିବାବେଳେ ଅନ୍ୟ ପାର୍ଶ୍ୱରେ (କୁଦିଆରି ପାର୍ଶ୍ୱ) ଅଞ୍ଚଳ ସୀମାବଦ୍ଧତା କାରଣରୁ ନିର୍ମାଣ କାର୍ଯ୍ୟରେ ବିଘ୍ନ ଘଟିଥିଲା | ମାତ୍ରାଧିକ ଜବରଦଖଲ ଏବଂ କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ପ୍ରତିବନ୍ଧକ ସହିତ ଅନ୍ୟାନ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପ 2013 ଠାରୁ ଅଟକି ରହିଥିଲା |

ଜନସାଧାରଣଙ୍କ ସୁବିଧା ପାଇଁ ପୁରାତନ ଫୁଟ୍ ଓଭର ବ୍ରିଜ୍ (FOB)କୁ ପୂର୍ବରୁ ଭଙ୍ଗାଯାଇଥିଲା ଏବଂ ଏହି ଅଞ୍ଚଳର ଜଟଣୀ ମାର୍କେଟ୍ ଏବଂ କୁଦିଆରି ବଜାର ମଧ୍ୟରେ ଯୋଗାଯୋଗ ପାଇଁ 36 ମିଟର ସ୍ପାନ୍ ଏବଂ 3 ମିଟର ଚଉଡା ବିଶିଷ୍ଟ ନୂତନ FOB ନିର୍ମାଣ କରାଯାଇଥିଲା |