ଭୁବନେଶ୍ୱର: ରାଜନୈତିକ କ୍ୟାରିୟରକୁ ସୁଦୃଢ଼ କରିବା ପାଇଁ ବିଧାୟକ ଦିବ୍ୟଶଙ୍କର ମିଶ୍ର ଦ୍ୱିତୀୟ ବିବାହ କରିଛନ୍ତି । ଦିବ୍ୟଶଙ୍କରଙ୍କ ବିବାହ ଉତ୍ସବରେ ଯୋଗଦାନ କରିଥିବା କିଛି ଘନିଷ୍ଠ ଲୋକଙ୍କ ମୁହଁରୁ ଏଭଳି ପ୍ରତିକ୍ରିୟା ଶୁଣିବାକୁ ମିଳିଥିଲା । କଡ଼ା ସୁରକ୍ଷା ଭିତରେ ବିବାହ କାର୍ଯ୍ୟ ଚାଲିଥିଲେ ମଧ୍ୟ କେମିତି କେଜାଣି ତାହା ପ୍ରଘଟ ହୋଇଗଲା । ଖବର ପାଇବା ମାତ୍ରେ ଗଣମାଧ୍ୟମର କିଛି ରିପୋର୍ଟର ଭୁବନେଶ୍ୱର-ପିପିଲି ରାସ୍ତାକଡ଼ରେ ଥିବା ଆଡଭେଂଚର ହୋଟେଲ ଆଣ୍ଡ ରିସର୍ଟରେ ପହଂଚିଥିଲେ । ସଫ୍ଟୱେର ଇଞ୍ଜିନିୟର ପ୍ରିୟଙ୍କାଙ୍କ ସହ ଦିବ୍ୟଶଙ୍କରଙ୍କର ହାତଗଣ୍ଠି ପଡ଼ିଛି ।
ଦ୍ୱିତୀୟ ବିବାହକୁ ନେଇ ଉଭୟ ଦିବ୍ୟଶଙ୍କର ଓ ପ୍ରିୟଙ୍କା ବେଶ ଉତ୍ସାହିତ ଓ ଆଶାବାଦୀ ଅଛନ୍ତି । ମମିତା ମେହେର ହତ୍ୟା ମାମଲାରେ ଛନ୍ଦି ହୋଇ ରାଜନୈତିକ ପତିଆରା ହରାଇବା ପରେ ଦିବ୍ୟଶଙ୍କର ଜଣେ ଜ୍ୟୋତିଷଙ୍କ ନିକଟକୁ ଯାଇଥିଲେ । ତାଙ୍କରି ପରାମର୍ଶ ମୁତାବକ ପ୍ରିୟଙ୍କାଙ୍କ ହାତ ଧରିଛନ୍ତି । ଏବେ କେତେ ଦିନ ପାଇଁ ଦୁହେଁ ଦୁହିଁଙ୍କ ପାଇଁ ଭାଗ୍ୟବାନ ସାବ୍ୟସ୍ତ ହେଉଛନ୍ତି, ତାହା ଭବିଷ୍ୟତ କହିବ ।
Prev Post
Next Post