ବର୍ଡର-ଗାଭାସ୍କର ତୃତୀୟ ଟେଷ୍ଟ: ଅଷ୍ଟ୍ରେଲିଆକୁ ଭାରତର ୭୬ ରନ୍‌ ଟାର୍ଗେଟ୍‌

ଅଷ୍ଟ୍ରେଲିଆ ବୋଲର ନାଥନ ଲାୟନ ଏକାକୀ ୮ଟି ୱିକେଟ୍‌ ଦଖଲ କରିଥିଲେ….

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୭୬ ରନ୍‌ ଟାର୍ଗେଟ୍‌ ଦେଇଛି । ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଭାରତ ଦ୍ୱିତୀୟ ପାଳି ବ୍ୟାଟିଂ ସୁଯୋଗ ପାଇ ମାତ୍ର ୧୬୩ ରନ୍‌ କରିଛି । ଦ୍ୱିତୀୟ ଦିନ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୯୭ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଥିଲା ।

ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୮୮ ରନ୍‌ ବ୍ୟବଧାନରେ ଆଗୁଆ ଥିଲା । ଭାରତର ବୋଲର ରବୀନ୍ଦ୍ର ଜାଡେଜାଙ୍କ ବ୍ୟତୀତ ରବିଚନ୍ଦ୍ରନ ଅଶ୍ୱିନ ଓ ଉମେଶ ଯାଦବ ଯଥାକ୍ରମେ ୩-୩ ୱିକେଟ୍‌ ଦଖଲ କରିଥିଲେ । ଭାରତର ଦ୍ୱିତୀୟ ପାଳି ସ୍କୋର ୧୬୩ ଥିଲା । ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୁଜାରା ୫୯ ରନ୍‌ କରିଥିଲା ବେଳେ ଶ୍ରେୟସ୍‌ ଆୟାର ୨୬, ଅଧିନାୟକ ରୋହିତ ଶର୍ମା ୧୨ ଓ ବିରାଟ କୋହଲି ୧୩ ରନ୍‌ କରିଥିଲେ ।

ଶେଷ ଖେଳାଳି ଭାବେ ରବିଚନ୍ଦ୍ରନ ଅଶ୍ୱିନ ସଂଘର୍ଷପୂର୍ଣ୍ଣ ଭାବେ ୧୬ ରନ୍‌ କରିଥିଲେ । ଅଷ୍ଟ୍ରେଲିଆ ବୋଲର ନାଥନ ଲାୟନ ଏକାକୀ ୮ଟି ୱିକେଟ୍‌ ଦଖଲ କରିଥିଲେ । ଦ୍ୱିତୀୟ ଦିନ ପ୍ରଥମ ସୋପାନଟି ଭାରତୀୟ ବୋଲରଙ୍କ ପାଳି ଥିଲା । ଅଷ୍ଟ୍ରେଲିଆ ଟିମ ମାତ୍ର ୪୧ ରନ୍‌ କରିବା ଭିତରେ ୬ଟି ୱିକେଟ୍‌ ହରାଇ ସାରିଥିଲା ।