କେବଳ ଆଜିର ଦିନରେ ଏହି ଉପାୟ ଆପଣାଇଲେ ହେବେ ଲାଭବାନ୍
ଜାଣନ୍ତୁ ହୋଲି ପରଦିନ କିଛି ବାସ୍ତୁ ଉପାୟ ଆପଣାଇବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ..
ସାରା ଦେଶରେ ହୋଲିର ପର୍ବ ଧୁମଧାମରେ ପାଳନ କରାଯାଏ। ଏହି ଦିନ ପ୍ରତ୍ୟେକ ପରସ୍ପର ମଧ୍ୟରେ ଥିବା ମତଭେଦକୁ ଦୂର କରିଥାଆନ୍ତି। ଏହାସହ ରଙ୍ଗ ଲଗାଇ ଏହାର ପାଳନ କରିଥାଆନ୍ତି। ଫାଲଗୁଣ ମାସ ପୂର୍ଣ୍ଣିମାରେ ଶାସ୍ତ୍ର ଅନୁଯାୟୀ, ହୋଲିଦିନ ଭଗବାନ ବିଷ୍ଣୁ,ଶ୍ରୀକୃଷ୍ଣ, ରାଧା ରାଣୀ, ମା’ଲକ୍ଷ୍ମୀ ଆଦି ଦେବା ଦେବୀଙ୍କୁ ବିଧି ସହ ପୂଜା କରି ଥାଆନ୍ତି। ଜାଣନ୍ତୁ ହୋଲି ପରଦିନ କିଛି ବାସ୍ତୁ ଉପାୟ ଆପଣାଇବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ..
ବାସ୍ତୁ ଅନୁଯାୟୀ, ଘରର ପ୍ରବେଶ ଦ୍ୱାର, ଅଗଣାରେ ରଙ୍ଗାଲି ପକାନ୍ତୁ। ଏହି ରଙ୍ଗୋଲି ପ୍ରସ୍ତୁତ କରିବା ପାଇଁ ଲାଲ, ହଳଦିଆ, ସବୁଜ, ଗୋଲାପି ଆଦି ରଙ୍ଗର ବ୍ୟବହାର କରନ୍ତୁ। ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ।
ଘରେ ସୁଖଶାନ୍ତି ପ୍ରବେଶ ତଥା ବାସ୍ତୁ ଦୋଷ ଦୂର ପାଇଁ ସକରାତ୍ମକ ଶକ୍ତି ପ୍ରବେଶ ପାଇଁ ଘରର ବଗିଚାରେ କିମ୍ବା ଅନ୍ୟ ସ୍ଥାନରେ ଗଛ ଲଗାନ୍ତୁ। ଏପରି କରିବା ଦ୍ୱାରା ବହୁତ ଶୁଭଲାଭ ହୋଇଥାଏ।
ଭାଗ୍ୟରେ ଶୁଭ ପରିବର୍ତ୍ତନ ଓ ବ୍ୟବସାୟରେ ଉନ୍ନତି ଓ ଧନ ଲାଭ ପାଇଁ କାର୍ଯ୍ୟାଳୟ କିମ୍ବା ଘରର ପୂର୍ବ ଦିଗରେ ଉଦୟ ହେଉଥିବା ସୂର୍ଯ୍ୟଦେବତାଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଉନ୍ନତିରୁ ଅତିଉନ୍ନତି ହୋଇଥାଏ।
ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ଘରର ଛାତରେ କିମ୍ବା ଯେଉଁ ସ୍ଥାନରେ ଭଗବାନଙ୍କ ଧ୍ୱଜା ଲଗାଇଛନ୍ତି, ହୋଲି ପରଦିନ ଏହାକୁ ବଦଳାନ୍ତୁ।