ଅସ୍କାର ପୁରସ୍କାର ଜିତିଥିବା ‘ନାଟୁ ନାଟୁ’ର ସମ୍ପୂର୍ଣ୍ଣ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସର୍ବଶ୍ରେଷ୍ଠ ମୌଳିକ ସଂଗୀତ ବର୍ଗରେ ଆରଆରଆର ଫିଲ୍ମର ଗୀତ ‘ନାଟୁ ନାଟୁ’ ଅସ୍କାର ପୁରସ୍କାର ଜିତିଥିବାରୁ ଭାରତୀୟ ସଂଯୋଜକ ଏମ.ଏମ. କୀରାଭନି, ଗୀତିକାର ଚନ୍ଦ୍ରବୋଷ ଓ ସମ୍ପୂର୍ଣ୍ଣ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ଅସାଧାରଣ ଓ ସାରା ବିଶ୍ୱରେ ‘ନାଟୁ ନାଟୁ’ ଲୋକପ୍ରିୟ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏକାଡେମୀ ଦ୍ୱାରା କରାଯାଇଥିବା ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଅସାଧାରଣ!

ସାରା ବିଶ୍ୱରେ ‘ନାଟୁ ନାଟୁ’ ଲୋକପ୍ରିୟ ହୋଇଛି । ଏହା ଏପରି ଏକ ସଂଗୀତ ଯାହା ଆଗାମୀ ବର୍ଷଗୁଡିକରେ ମଧ୍ୟ ସ୍ମରଣୀୟ ରହିବ । @mmkeeravaani, @boselyricist ଓ ସମ୍ପୂର୍ଣ୍ଣ ଟିମକୁ ଏହି ପ୍ରତିଷ୍ଠିତ ସମ୍ମାନ ପାଇଁ ଅଭିନନ୍ଦନ । ଭାରତ ପ୍ରଫୁଲ୍ଲିତ ଓ ଗୌରବାନ୍ୱିତ । #Oscars”