କ୍ଷୀରର ଲାଭ ଦାୟକ ଗୁଣ ଜଣାନ୍ତୁ….

କ୍ଷୀରର ଉପକାରିତା ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । ଏହାର ସେବନ ଦ୍ବାରା କେବଳ ହାଡ ମଜବୁତ ହୁଏ ତାହା ନୁହେଁ, ବରଂ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀର ପାଇଁ ଅନେକ ଲାଭଦାୟକ । ଅନେକ ଅଧ୍ୟୟନରେ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ କ୍ଷୀର ସେବନ ଦ୍ବାରା ଉତ୍ତମ ସ୍ୱାସ୍ଥ୍ୟ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

କ୍ଷୀର ସେବନ ମଧୁମେହ, ମେଦବହୁଳତା, ହୃଦରୋଗ ଏବଂ ଅନେକ ପ୍ରକାରର କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଅନେକ ଲୋକ ଭାବନ୍ତି ଯେ ଜଳଖିଆ ସହିତ କ୍ଷୀର ପିଇବା ଭଲ। ସେହିପରି ଅଧିକାଂଶ ଲୋକ ରାତିରେ ଏହାକୁ ପିଇବାକୁ ଯଥାର୍ଥ ବୋଲି ମନେ କରନ୍ତି। ଯଦିଓ ଦିନରେ କ୍ଷୀର ପିଇବା ଦ୍ବାରା ଦିନସାରା ଶରୀରକୁ ଶକ୍ତି ମିଳିଥାଏ। ସେହିପରି ରାତିରେ କ୍ଷୀର ପିଇବା ଦ୍ବାରା, ଏହା ମନକୁ ଶାନ୍ତି ମିଳିବା ସହ ଭଲ ନିଦ ମଧ୍ୟ ହୋଇଥାଏ।