ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୧୦ ୱିକେଟରେ ବିଜୟୀ

ଅଷ୍ଟ୍ରେଲିଆ ଓପନରଙ୍କ ଛକା ଓ ଚୌକା ବର୍ଷାରେ ଭାରତୀୟ ବୋଲର ଆତ୍ମସମର୍ପଣ କରିଥିଲେ….

ବିଶାଖାପାଟନମ: ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୧୦ ୱିକେଟରେ ବିଜୟୀ ହୋଇଛି। ଦ୍ବିତୀୟ ଦିନିକିଆରେ ମାତ୍ର ୧୧ ଓଭରରେ ମ୍ୟାଚକୁ ହାତେଇ ନେବାରେ ଅଷ୍ଟ୍ରେଲିଆ ସଫଳ ହୋଇଥିଲା। ଅଷ୍ଟ୍ରେଲିଆ ଓପନରଙ୍କ ଛକା ଓ ଚୌକା ବର୍ଷାରେ ଭାରତୀୟ ବୋଲର ଆତ୍ମସମର୍ପଣ କରିଥିଲେ।

ଆଜିର ଦ୍ବିତୀୟ ଦିନିକିଆରେ ୨୬ ଓଭରରେ ସମସ୍ତ ୱିକେଟ ହରାଇ ଭାରତ ୧୧୭ ରନ କରିଥିଲା। ଅପରପକ୍ଷରେ ଅଷ୍ଟ୍ରେଲିଆ ଅତି ସହଜରେ ମାତ୍ର ୧୧ ଓଭରରେ କୌଣସି ୱିକେଟ ନ ହରାଇ ୧୨୧ ରନ କରିବା ସହ ବିଜୟୀ ହୋଇଥିଲା।