ଜର୍ମାନୀ ଦୂତାବାସରେ ‘ନାଟୁ ନାଟୁ’ ସମାରୋହକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ By Shaksi News On Mar 22, 2023 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଭାରତ ଓ ଭୁଟାନ ପାଇଁ ଜର୍ମାନୀ ରାଷ୍ଟ୍ରଦୂତ ଡଃ ଫିଲିପ ଆକରମେନଙ୍କ ଦ୍ୱାରା ଶେୟାର କରାଯାଇଥିବା ଭିଡିଓକୁ ପ୍ରଶଂସା କରିଛନ୍ତି । ଭିଡିଓରେ ସେ ଓ ଦୂତାବାସର ସଦସ୍ୟମାନେ ଅସ୍କାର ପୁରସ୍କାରପ୍ରାପ୍ତ ‘ନାଟୁ ନାଟୁ’ ସଂଗୀତର ସଫଳତା ପାଳନ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ପୁରୁଣା ଦିଲ୍ଲୀରେ ଶୁଟ୍ ହୋଇଛି । ଆହୁରି ପଢ଼ନ୍ତୁ... ସମବାୟ ସଦସ୍ୟତା ମହାଅଭିଯାନ… Sep 25, 2026 ରାତିରେ ଶୋଇବା ପୂର୍ବରୁ ଦୁଇଟି… Sep 25, 2026 ଘରେ ପଶିଲା ମହାବଳ ବାଘ, ଆତଙ୍କିତ… Sep 25, 2026 ଭୁବନେଶ୍ୱର ଜିଲ୍ଲା… Sep 25, 2026 ପୂର୍ବରୁ ଫେବୃୟାରୀରେ ଭାରତ ସ୍ଥିତ କୋରିଆ ଦୂତାବାସରେ ଏହି ଗୀତ ଉପରେ ଏକ ଭିଡିଓ ପ୍ରସ୍ତୁତ କରାଯାଇଥିଲା । ଜର୍ମାନୀ ରାଷ୍ଟ୍ରଦୂତଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଭାରତର ରଙ୍ଗ ଓ ରସ! ଜର୍ମାନମାନେ ମଧ୍ୟ ନାଚି ପାରନ୍ତି ଏବଂ ଭଲ ନାଚି ପାରନ୍ତି ।” Continue Reading #National-International#shaksinewspib bhuabneswarPM Modi 0 Share