ବିଜେପି ନେତ୍ରୀ କହିଲେ, ତୁ ମୁତୁରି, ମୁଁ ମୁତୁରି

ୟୁପିଏ ଶାସନ କରୁଥିଲା ବେଳେ ଦେଶବାସୀଙ୍କୁ….

ନୂଆଦିଲ୍ଲୀ: ଆଦାନିଙ୍କ ପ୍ରସଙ୍ଗରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଥିବାରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନାପସନ୍ଦ କରିଛନ୍ତି । ସେ କହିଛନ୍ତି, ୨୦୦୯ରେ କଂଗ୍ରେସ ନେତ୍ର ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ଓ ଆଦାନି ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନିଙ୍କ ଭିତରେ ଘନିଷ୍ଠ ସଂପର୍କ ରହିଥିଲା । ରାହୁଲଙ୍କ ମନରେ ଆଦାନିଙ୍କ ପ୍ରତି ଏତେ ଆଲର୍ଜି କାହିଁକି? ରବର୍ଟ ଓ ଆଦାନିଙ୍କ ଘନିଷ୍ଠ ସଂପର୍କରେ ରାହୁଲ ସ୍ପଷ୍ଟ କରନ୍ତୁ । ପରୋକ୍ଷରେ ସ୍ମୃତି ଜଣାଇବାକୁ ଚାହାନ୍ତି ଯେ ଯେତେବେଳେ ୟୁପିଏ କ୍ଷମତାସୀନ ଥିଲା; ସେତେବେଳେ ଆଦାନିଙ୍କୁ ମୁଣ୍ଡରେ ବସାଇଥିଲା ।

ଏବେ ଏନ୍‌ଡିଏ କ୍ଷମତାସୀନ ଅଛି, ପ୍ରଧାନମନ୍ତ୍ରୀ ମୋଦୀ ଆଦାନିଙ୍କୁ ମୁଣ୍ଡରେ ବସାଇଛନ୍ତି; ଏଥିରେ କ’ଣ ଅଡୁଆ ହୋଇଗଲା । ୟୁପିଏ ଶାସନ କରୁଥିଲା ବେଳେ ଦେଶବାସୀଙ୍କୁ ଚୁଟିକୁ ଆଦାନି ହାତରେ ଧରାଇଥିଲା ଓ ସେ ବାବଦକୁ ପିସି ପାଉଥିଲା । ଏବେ ଆମେ ଶାସନ କରୁଛୁ ଦେଶବାସୀଙ୍କୁ ଲୁଟିବାକୁ ଆଦାନିଙ୍କୁ ଅନୁମତି ଦେଇଛୁ; ତା’ ବାବଦକୁ ପିସି ନେଉଛୁ । ରାହୁଲ ତାକୁ ପ୍ରତିବାଦ କରିବା ଅନୁଚିତ । ତମେ ମୁତୁରା ଓରଫ ଲୁଟେରା; ଆମେ ଲୁଟେରା, ତେଣୁ ଉଭୟ ବିଜେପି-କଂଗ୍ରେସ ଚତୁରେ ଚତୁରେ ରାଜନୀତି କରିବା କଥା । ତା’ ନହେଲେ ତୃତୀୟ ମେଂଟ ଆମ ଦୁଇଜଣଙ୍କୁ ଘାଂଟିବ ।