୩୧ରେ ପଶ୍ଚିମା ଝଡ: ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି

ଏହାସହ ଝଡ ପବନର ଘଂଟା ପ୍ରତି…..

ଭୁବନେଶ୍ୱର: ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ଜାରି ରହିଛି । ତେବେ ଆସନ୍ତା ୩୧ମାର୍ଚ୍ଚରେ ପଶ୍ଚିମାଝଡ଼ର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୩୧ ତାରିଖରେ କିଛି ଜିଲ୍ଲାରେ କୁଆପଥର ବର୍ଷା, ତଥା ଭାରି ବର୍ଷା (୭ ରୁ୧୧ ସେ.ମି) ସହ ସମସ୍ତ ଜିଲ୍ଲାରେ ବିଜୁଳି ଘଡଘଡିର ସମ୍ଭାବନା ରହିଛି । ଏହାସହ ଝଡ ପବନର ଘଂଟା ପ୍ରତି ବେଗ ୪୦ ରୁ ୫୦ କିମି ରହିପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।