IPL ଉଦଘାଟନୀ ସମାରୋହରେ ମୁଖ୍ୟ ଆକର୍ଷଣ ସାଜିବେ ତମନ୍ନା ଓ ଅରିଜିତ ସିଂ

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । କ୍ରିକେଟ ମହାକୁମ୍ଭର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ । ତେବେ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭକୁ ନେଇ ବଢିବାରେ ଲାଗିଛି ଉତ୍ସାହ । ତେବେ ଫ୍ୟାନ୍ସମାନଙ୍କର ଏହି ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରି ଦେଇଛି ଏହାର ଉଦଘାଟନୀ ସମାରୋହ । କାରଣ ଏହି ସମାରୋହରେ ଯୋଗ ଦେବାକୁ ଯାଉଛନ୍ତି ବଲିଉଡର ଦୁଇ ସୁପରଷ୍ଟାର । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମୁହାଁମୁହିଁ ହେବେ । ତେବେ ଏହାପୂର୍ବରୁ ଉଦଘାଟନୀ ସମାରୋହରେ କମ୍ପିବ ସାରା ଷ୍ଟାଡିୟମ । ସୁପରହିଟ ଗୀତ ସାଙ୍ଗକୁ ଦମଦାର ଡାନ୍ସରେ ଝୁମିବ ସାରା ଭାରତ ।

କାରଣ ଏହି ସମାରୋହରେ ଯୋଗ ଦେବେ ଭାରତର ପପୁଲାର ସିଙ୍ଗର ଅରିଜିତ ସିଂହ । ନିଜ ଗୀତ ମାଧ୍ୟରେ ଆଜିର ଯୁବବର୍ଗଙ୍କ ଖୁବ ପସନ୍ଦ ପାଲଟିଛନ୍ତି । ଅରିଜିତ । ତାଙ୍କ ସହିତ ସମାରୋହରେ ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ମଧ୍ୟ ଯୋଗ ଦେବେ । ଅନେକ ଲୋକଙ୍କ ପ୍ରିୟ ହିରୋଇନ ତମନ୍ନା ଏହି ସମାରୋହରେ ଗ୍ଲାମରର ତଡକା ଲଗାଇବେ ।