ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ରାମଚନ୍ଦ୍ରଙ୍କ ଜୀବନ ସମସ୍ତ ଯୁଗରେ ମାନବ ସମାଜ ପାଇଁ….
ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପବିତ୍ର ରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭଗବାନ ରାମଚନ୍ଦ୍ରଙ୍କ ଜୀବନ ସମସ୍ତ ଯୁଗରେ ପ୍ରେରଣାଦାୟୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ରାମନବମୀର ପବିତ୍ର ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ତ୍ୟାଗ, ତପସ୍ୟା, ସଂଯମ ଓ ସଂକଳ୍ପକୁ ନେଇ ଆଧାରିତ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କ ଜୀବନ ସମସ୍ତ ଯୁଗରେ ମାନବ ସମାଜ ପାଇଁ ପ୍ରେରଣାଶକ୍ତି ହୋଇ ରହିଥିବ ।”