ପଶ୍ଚିମାଝଡ଼ : ଆଜି ପ୍ରବଳ ବର୍ଷା ସହିତ ୪୦ରୁ ୫୦କିମି ବେଗରେ ପବନ ସମ୍ଭାବନା
କୁଆପଥର ମାଡ଼ ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା….
ଭୁବନେଶ୍ବର : ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବ ଲାଗି ରହିଛି। ଦିନରେ ପାଗ କୋହଲା ରହୁଛି। ମଝିରେ ମଝିରେ ହାଲୁକା ପବନ ବହୁଛି। ବିଭିନ୍ନ ସ୍ଥାନରେ ବଜ୍ରପାତ, କୁଆପଥର ମାଡ଼, ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିବା ଏବଂ ମଧ୍ୟମରୁ ପ୍ରବଳ ବର୍ଷା ହେଉଛି।
ବୁଧବାରଠାରୁ ପଶ୍ଚିମାଝଡ଼ ପ୍ରଭାବ ଲାଗି ରହିଥିବା ବେଳେ ଶୁକ୍ରବାର ଏହାର ପ୍ରଭାବ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ସର୍ବାଧିକ ରହିବ। କିଛି ଅଞ୍ଚଳରେ ବଜ୍ରପାତ ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। କୁଆପଥର ମାଡ଼ ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ନେଇ କେତେକ ଜିଲାକୁ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।