ଶ୍ରୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ପୂଣ୍ୟ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ନିଜ ମହାନ ଦେଶର….
ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ପୂଣ୍ୟ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଶ୍ରୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ପୂଣ୍ୟ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସମର୍ପିତ ଜାତୀୟତାବାଦୀ ଓ ସାହସୀ ବ୍ୟକ୍ତିତ୍ୱର ଅଧିକାରୀ ଭାବେ, ଅନ୍ୟାୟ ଓ ଔପନିବେଶିକ ଶାସନ ବିରୋଧରେ ଭାରତର ଲଢେଇରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ନିଜ ମହାନ ଦେଶର ନାଗରିକଙ୍କ ପାଇଁ ସର୍ବଦା କାମ କରି ଚାଲିଥିବୁ ।”