କଟକ: ଆଇପିଏଲ୍ ସିଜନ୍-୧୬ରେ ଓଡ଼ିଆ ଆଙ୍କର୍ ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି। ଆଜିଠାରୁ ଆଇପିଏଲ୍ ମ୍ୟାଚ୍ ଆରମ୍ଭ ହେଉଥିବା ବେଳେ ଦର୍ଶକମାନଙ୍କୁ ମ୍ୟାଚ୍ ଦେଖି ସେମାନଙ୍କ ମତାମତ ଦେବାକୁ ନିବେଦନ କରିଛନ୍ତି ଆଙ୍କର୍ ଲୋରିଆ। ଲୋରିଆ ଆଇପିଏଲ୍ର ସିଜନ୍-୧୬ରେ ଓଡ଼ିଆ ଆଙ୍କର୍ ଭାବେ ନଜର ଆସିବେ ବୋଲି ଖବର ଜାଣିବା ପରେ ପ୍ରଶଂସକମାନେ ତାଙ୍କୁ ବହୁଳ ମାତ୍ରାରେ ଭଲପାଇବା ଦେଇଛନ୍ତି।
ଏ ନେଇ ସେ ନିଜର କୃତଜ୍ଞତା ଜଣାଇଛନ୍ତି। ତାପରେ ଜିଓ ସିନେମା ଆପ୍କୁ ନିଜ ମୋବାଇଲ୍ରେ ଡାଉନ୍ଲୋଡ୍ କରି ନିଜ ଭାଷା ଓଡ଼ିଆକୁ ଚୟନ କରିବା ପରେ କ୍ରିକେଟ୍ର ମଜା ନିଅନ୍ତୁ ବୋଲି ଲୋରିଆ ଏକ ଭିଡିଓ ଜାରି କରି ବାର୍ତ୍ତା ଦେଇଛନ୍ତି।
ଏଠାରେ ଓଡ଼ିଆରେ କମେଣ୍ଟ୍ରିରୁ ନେଇ, ମତାମତ, ପ୍ୟାନେଲ୍ ଡିସ୍କସନ୍ ଓ ଗ୍ରାଫିକ୍ ସବୁ କିଛି ଉପଲବ୍ଧ ହେବ ବୋଲି ସେ ଜାରି କରିଥିବା ଭିଡିଓରେ କହିଛନ୍ତି। ମ୍ୟାଚ୍ ପୂର୍ବରୁ ଓଡ଼ିଆ ଡିବେଟ୍ ପ୍ୟାନେଲ ‘ମ୍ୟାଚ୍ ସେଣ୍ଟର୍ ଲାଇଭ୍ ଅଧଘଣ୍ଟାଏର କାର୍ଯ୍ୟକ୍ରମ ରହିବ। ସେଥିରେ ତାଙ୍କୁ ଦେଖିବାକୁ ସେ ଦର୍ଶକଙ୍କୁ ନିବେଦନ କରିଛନ୍ତି ।