ପ୍ରଥମେ ଗୋଟିଏ ପାଚିଲା କଦଳୀକୁ ପେଷି ଦିଅନ୍ତୁ। ତାପରେ ଏକ ପାତ୍ରରେ କ୍ଷୀର ନେଇ ସେଥିରେ ପେଷିଥିବା କଦଳୀକୁ ମିଶାଇ ଦିଅନ୍ତୁ। ପୁଣି ଏହାକୁ ଭଲ ଭାବେ ପେଷି ଏକ ପାତ୍ରକୁ କାଢନ୍ତୁ। ତାହାକୁ କେଶର ଶେଷ ଭାଗ ଓ ମୂଳରେ ଭଲ ଭାବେ ଲଗାଇ ୩୦ ମିନିଟ ରଖନ୍ତୁ।
୩୦ ମିନିଟ ପରେ ସାମାନ୍ୟ ଉଷୁମ ପାଣିରେ କେଶକୁ ଧୋଇ ପୁଣି ଭଲ ଭାବେ ସାମ୍ପୁ କରି ଦିଅନ୍ତୁ। ଏପରି ସପ୍ତାହକୁ ୨ ଥର ଲଗାନ୍ତୁ। ଆପଣ ନିଜେ ଅନୁଭବ କରିବେ ଏହା କେଶକୁ ନରମ କରିବା ସହ କୌଣସି କ୍ଷତି କରିନଥାଏ।
ଅଧ କପ୍ ଖିର, ୧ବଡ଼ ଚାମଚ ପେସ୍ତାବାଦାମ ତେଲ, ଅଧ କପ୍ ଉଷୁମ ପାଣି, ୨ଚାମଚ ପେସ୍ତାବାଦାମ ଗୁଣ୍ଡ। ଏକ ପାତ୍ର ନେଇ ସମସ୍ତ ସାମଗ୍ରୀକୁ ମିଶାଇ ପ୍ୟାକ୍ ତିଆରି କରି କେଶମୂଳରେ ଲଗାଇ ୨୦-୩୦ ମିିନିଟ୍ ଲଗାଇ ରଖନ୍ତୁ। ପରେ ଶ୍ୟାମ୍ପୁ କରିନେବେ।