ଖରାଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ପିଅନ୍ତୁ ଲେମ୍ବୁପାଣି

ଲେମ୍ବୁରେ ଥିବା ପୋଷକ ତତ୍ତ୍ୱ ହାଇଡ୍ରେଟେଡ୍…

ଖରାଦିନ କାହାକୁ ବା ପସନ୍ଦ । ସମସ୍ତେ ଏହି ଋତୁକୁ ଘୃଣା କରୁଥିଲେ ବି ଏହି ପାଗରେ ଆମ୍ବ, ଲେମ୍ବୁ, ତରଭୁଜ ପସନ୍ଦ, ଯାହାକି ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଲେମ୍ବୁପାଣି ପିଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ । ପେଟ ଫୁଲିବା, ହାକୁଡି ଆଦି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଗୋଟିଏ ଗ୍ଲାସ ଲେମ୍ବୁ ପାଣିରେ ୧ ଚାମଚ ମହୁ ମିଶାଇ ପିଇଲେ ମୋଟାପଣ କମିଥାଏ । ଏହା ଭୋକକୁ ମାରିବା ସହ ଶରୀରରୁ ଚର୍ବି ହ୍ରାସ କରିଥାଏ । ଲେମ୍ବୁରେ ଥିବା ପୋଷକ ତତ୍ତ୍ୱ ହାଇଡ୍ରେଟେଡ୍ ଓ ଅକ୍ସିଜେନରେ ପରିପୂର୍ଣ୍ଣ, ଯାହାକି ଆମକୁ ଶକ୍ତି ଯୋଗାଏ ।