ଆଇପିଏଲ୍‌ -୨୦୨୩ : ଆଜି ଗୁଜରାଟ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ : ଏଠାରେ ବିଶ୍ବର ସର୍ବବୃହତ୍‌ ଷ୍ଟାଡିୟମ୍‌ରେ ଘରୋଇ ଦଳ ଗୁଜରାଟ ଟାଇଟାନ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମୁକାବିଲା ହେବ। ଗୁଜରାଟ ଗତବର୍ଷର ଚମ୍ପିଆନ୍‌ ହୋଇଥିବା ବେଳେ ମୁମ୍ବଇ ଇଣ୍ଡିଆନ୍‌ସ ସର୍ବାଧିକ ୫ ଥର ଆଇପିଏଲ୍‌ ଜିତିଛି।

ତେଣୁ ଉଭୟ ଦଳ ସେମାନଙ୍କ ଆଧିପତ୍ୟ ବିସ୍ତାର କରିବାକୁ ପ୍ରୟାସ କରିବେ। ପୁଣି ଉଭୟ ଗୁଜରାଟ ଓ ମୁମ୍ବଇ ଏହି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ୍‌ର ଉପରକୁ ଚଢ଼ିବାର ପ୍ରୟାସ କରିବେ। ବିଜେତା ଟାଇଟନ୍ସ (୬ ମ୍ୟାଚ୍‌, ୮ ପଏଣ୍ଟ) ସଂପ୍ରତି ପଏଣ୍ଟ ଟେବୁଲର ଚତୁର୍ଥରେ ଥିଲା ବେଳେ ଆଇପିଏଲ୍‌ ଇତିହାସର ସଫଳ ଦଳ ଇଣ୍ଡିଆନ୍ସ (୬ ମ୍ୟାଚ୍‌, ୬ ପଏଣ୍ଟ) ଚତୁର୍ଥରେ ରହିଛି।