ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କେଦାରନାଥ ମନ୍ଦିର

ନୂଆଦିଲ୍ଲୀ: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଖୋଲିଲା କେଦାରନାଥ ମନ୍ଦିର । ଏକ ଶୁଭ ମୁହୂର୍ତ୍ତରେ ବାବା କେଦାରନାଥଙ୍କ ମନ୍ଦିର କବାଟ ଖୋଲା ଯାଇଛି । ବ୍ରାହ୍ମ ମୁହୂର୍ତ୍ତରେ ଗର୍ଭଗୃହରେ କେଦାରନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ କବାଟ ଖୋଲିଛି । କେଦାରନାଥ ମନ୍ଦିରକୁ ୩୫ କୁଇଣ୍ଟାଲ ଫୁଲରେ ସୁନ୍ଦର ଭାବେ ସଜାଯାଇଥିବା ବେଳେ ଜୟକାର ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଛି ପରିବେଶ ।

ଆଜି ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦର୍ଶନ ପାଇଁ ଗଙ୍ଗୋତ୍ରୀ ଧାମର କବାଟ ଖୋଲିବା ପରେ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି ।