ଜମ୍ମୁ ଓ କଶ୍ମୀର: ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲାରେ ଶନିବାର ଭାରତୀୟ ସେନାର ଏକ ଆମ୍ବୁଲାନ୍ସ ଘାଟିରୁ ଖସି ପଡ଼ିବାରୁ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏଲଓସି ନିକଟରେ କେରି ସେକ୍ଟରେ ଏହି ଦୁର୍ଘଟଣା ଘଟିଛି। ଘାଟି ରାସ୍ତାରେ ଆମ୍ବୁଲାନ୍ସଟି ଯାଉଥିବା ବେଳେ ଏକ ଅତି ସଂକୀର୍ଣ୍ଣ ବୁଲାଣିରେ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଆଉ ଆମ୍ବୁଲାନ୍ସଟି ଘାଟି ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଦୁଇ ଯବାନଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇଛି।
Next Post