ଦୀପାବଳି ପରେ ଖୋଲିବ ସ୍କୁଲ, ଧର୍ମସ୍ଥଳ ଓ ମନ୍ଦିର : ମହାରାଷ୍ଟ୍ର ସରକାର

ମୁମ୍ବାଇ: ଦୀପାବଳି ପରେ ସ୍କୁଲ ଓ ବିଭିନ୍ନ ଧର୍ମସ୍ଥଳ ଖୋଲିବା ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର ।ଦୀର୍ଘ ୭ ମାସରୁ ବନ୍ଦ ଥିବା ମନ୍ଦିର ତଥା ଅନ୍ୟ ପୂଜାସ୍ଥଳଗୁଡ଼ିକ ଖୁବଶୀଘ୍ର ଖୋଲାଯିବ ନେଇ ରବିବାର ରାଜ୍ୟବାସୀଙ୍କୁ ଉଦ୍ଧବ ଠାକରେ କହିଛନ୍ତି। ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଠାକରେ ଦୀପାବଳିର ଶୁଭେଚ୍ଛା ଦେବା ସମୟରେ ଦୀପାବଳି ପରେ କରୋନା କଟକଣାର ନୂତନ ଏସଓପି ଜାରି କରାଯିବ ସହ ସ୍କୁଲ ଖୋଲାଯିବାକୁ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି।

ତେବେ ପୂର୍ବରୁ ଏଥି ଲାଗି ସୁରକ୍ଷା ପ୍ରୋଟୋକଲ ନିର୍ଦ୍ଧାରିତ କରିଦିଆଯାଇଛି। ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମସ୍ଥଳଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଉ ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି। ସେ କହିଛନ୍ତି ଯେ, ଦୀପାବଳି ପରେ ମନ୍ଦିର ଖୋଲିବା ଲାଗି ଏସଓପି ପ୍ରସ୍ତୁତ କରାଯିବ। କିନ୍ତୁ ପୂଜାସ୍ଥଳଗୁଡ଼ିକୁ ଯିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ। ତେବେ ବିନା ମାସ୍କରେ ଘରୁ ବାହାରିଲେ ଜରିମାନା ଦେବାକୁ ପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି।