ଆସନ୍ତା ୩୦ ତାରିଖ ଯାଏଁ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ଲାଗିଲା ପ୍ରତିବନ୍ଧକ । ଦିଲ୍ଲୀ ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣଙ୍କୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏହି ନିଷ୍ପତି ଶୁଣାଇଛନ୍ତି । ନଭେମ୍ବର 9ରୁ 30ର ମଧ୍ୟ ରାତ୍ରି ପର୍ଯ୍ୟନ୍ତ ବାଣ ବିକ୍ରି ଏବଂ ଫୁଟେଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଏନଜିଟିଙ୍କ ନିର୍ଦ୍ଦେଶ ଅନୁସାରେ ଗତ ନଭେମ୍ବର ମାସରେ ଦିଲ୍ଲୀର ଯେଉଁସବୁ ସ୍ଥାନର ବାୟୁର ପ୍ରଦୂଷଣ ହାର ଅତ୍ୟଧିକ ଥିଲା ସେଠାରେ ଏହି ନିୟମ ଲାଗୁ କରାଯିବ । ତେବେ ଦିଲ୍ଲୀ ଏବଂ ଏହାର ଆଖପାଖର ଜିଲ୍ଲାଗୁଡ଼ିକରେ ଏନଜିଟିର ଏହି ନିର୍ଦ୍ଦେଶ ଲାଗୁ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲୋକେ ରାତି 8ରୁ 10 ପର୍ଯ୍ୟନ୍ତ ସବୁଜ ବାଣ ଫୁଟେଇପାରିବେ।

ଅନ୍ୟ ଯେଉଁ ସ୍ଥାନଗୁଡିକରେ ବାୟୁର ଗୁଣବତା ସାମାନ୍ୟ ଭଲଥିଲା ସେଠାରେ କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦିଆଯିବ । ଏହିସବୁ ସ୍ଥାନରେ କେବଳ ଦୁଇଘଂଟା ପାଇଁ ବାଣ ଫୁଟାିବାକୁ ଅନୁମତି ଦିଆଯାଇଛି । ଦିଲ୍ଲୀରେ କ୍ରମାଗତ ଭାବେ ପ୍ରଦୂଷଣ ହାର ବଢୁତିବାରୁ ,ଭଳି ନିଷ୍ପତି ନିଆଯାଇଥିବା କହିଛି ଏନଜିଟି । ପୂର୍ବରୁ ବାଣ ଫୁଟାଇବା ଉପରେ ଦିଲ୍ଲୀ ସରକାର ପ୍ରତିବନ୍ଧକ ଜାରି କରିସାରିଛନ୍ତି ।
ପ୍ରଦୁଷଣ ସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟର ସମସ୍ତ ପ୍ରଦୁଷଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ଏହି ପରିପ୍ରେକ୍ଷୀରେ ଏନଜିଟି ଜରିମାନା ଲାଗୁ କରିବାକୁ ମଧ୍ୟ କହିଛନ୍ତି। ନିୟମ ଉଲ୍ଲଂଘନ କଲେ କଡ଼ା ଜରିମାନା ଆଦାୟ କରାଯିବ। ବାଣ ବିକ୍ରି କଲେ 10 ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଆଉ ବାଣ ଫୁଟେଇଲେ 2 ହଜାର ଟଙ୍କା ଜରିମାନା ଦେବାକୁ ହେବ।