ଅର୍ଜୁନ୍ ରାମପାଲଙ୍କ ଘରେ ରେଡ୍

ମୁମ୍ବାଇ: ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଟାର୍ଗେଟରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ। ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଏନସିବି ରେଡ୍ କରିଛି। ତେବେ ଅର୍ଜୁନଙ୍କ ଅଫିସରେ ମଧ୍ୟ ଏନସିବି ରେଡ୍ କରିବା ପରେ ତାଙ୍କ ଡ୍ରାଇଭରକୁ ଗିରଫ କରିଥିବା ସୂଚନା ରହିଛି।

ସେହିପରି ବଲିଉଡ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ଗତକାଲି ବଲିଉଡ ଫିଲ୍ମ ନିର୍ମାତା ଫିରୋଜ ନାଦିୱାଲାଙ୍କ ଘରେ ରେଡ୍ କରି ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିବା ପରେ ସୋମବାର ଏନସିବି ଅର୍ଜୁନ ରାମପାଲଙ୍କ ଘରେ ରେଡ୍ କରିଛି।