ଆସନ୍ତାକାଲି ବାଲେଶ୍ଵର ଓ ତିର୍ତୋଲ ଉପନିର୍ବାଚନର ଭୋଟ ଗଣତି

ଭୁବନେଶ୍ୱର (ଏସ ନ୍ୟୁଜ ): ଆସନ୍ତାକାଲି ସକାଳ ୮ଟାରୁ ୨ଟି ଉପନିର୍ବାଚନ ପାଇଁ ହେବ ଭୋଟ ଗଣତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀ କର ସୂଚନା ଦେଇଛନ୍ତି ।

ଭୋଟ ଗଣତି ପାଇଁ ୧୪ଟି ଟେବୁଲ ରହିବ । ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ହେବ । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩ଟି କାଉଟିଂ ହଲ ରହିଛି । ପ୍ରତି ରାଉଣ୍ଡ ଅନୁସାରେ ରେଜଲ୍ଟ ଜାଣିହେବ । ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜଗତସିଂହପୁର ଏସଭିଏମ କଲେଜର ଭୋଟ ଗଣନା ହେବ ।

କୋଭିଡ ନିୟମ ମାନି ଭୋଟ ଗଣତି ହେବ । ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ ଟିଭି ରଖାଯାଇଛି । ଶେଷରେ ଭିଭିପାଟ ଗଣନା ହେବ । ଇସିଆଇ ୱେବସାଇଟରେୀ ଫଳାଫଳ ପ୍ରତି ରାଉଣ୍ଡରେ ଆସିବ । ଗଣମାଧ୍ୟମକୁ ଛୋଟ ଛୋଟ ଗ୍ରୂପରେ ସୁଟିଂ ପାଇଁ ଅନୁମତି ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।