ଦୁଷ୍କର୍ମ କରି ନାବାଳକ ଗିରଫ

ମୟୁରଭଞ୍ଜ (ଏସ ନ୍ୟୁଜ ) : ଦୁଷ୍କର୍ମ କରି ନାବାଳକ ଗିରଫ । ନାବାଳକ ଅଭିଯୁକ୍ତକୁ ଗୋରୁମହିଷାଣୀ ପୋଲିସ ଧରି ତଦନ୍ତ ଜାରି ରଖିଛି । ପୀଡିତା ନାବାଳିକାକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ।

ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଏକ ଗାଁରେ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୭ବର୍ଷ ନାବାଳିକା । ନାବାଳିକାଙ୍କ ଘର ଲୋକ ବିଲକୁ କାମ କରିବାକୁ ଯାଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ନାବାଳିକାଙ୍କୁ ଏକୁଟିଆ ଖେଳୁଥିବା ଦେଖି ୧୪ ବର୍ଷର ନାବାଳକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲେ । ତେବେ ସେଠାରେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।