କେନ୍ଦୁଝର ଜିଲ୍ଲାରେ ନୂତନ ବ୍ୟାଙ୍କ ର ଶାଖା ଉଦଘାଟନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡବିଲ ପୌରପାଳିକା ରେପୂର୍ବରୁ ଅନେକ ବହୁରାଷ୍ଟ୍ରୀୟ ତଥା ସରକାରୀ ବ୍ୟାଙ୍କ ଥିବାବେଳେ ଆଜି ଏକ ନୂତନ ବ୍ୟାଙ୍କ ର ଶାଖା ଉଦଘାଟନ ହୋଇଯାଇଅଛି । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଏହି ନୂତନ ଶାଖାକୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଉଦଘାଟନ କରିଥିଲେ ।

ଏହି ଉଦଘାଟନ ଉତ୍ସବରେ ପଦ୍ମଶ୍ରୀ ଡ଼ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ର ଜେନେରାଲ ମ୍ୟାନେଜର୍ ଆଲୋକ କୁମାର ମିଶ୍ର (ଭୁବନେଶ୍ୱର) ଏବଂ ଆଦିବାସୀ ବିକାଶ ସମିତିର ସଭାନେତ୍ରୀ ଦମୟନ୍ତୀ ସାମଲ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବାବେଳେ ବଡବିଲ ଶାଖାର ଶାଖା ପରିଚାଳକ ପଙ୍କଜ କୁମାର ବର୍ଣ୍ଣୱାଲ, ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଗୋଲ୍ଡ ଲୋନ୍, ହାଉସିଂ ଲୋନ୍, କାର୍ ଲୋନ୍ ଆଦି ଉପରେ ଆକର୍ଷଣୀୟ ଅଫର୍ ନେଇ ଆରମ୍ଭ ହୋଇଥିବା ଏହି ନୂତନ ବ୍ୟାଙ୍କ ବଡବିଲ, କିରିବୁରୁ ଛକ ଠାରୁ କଳିଙ୍ଗ ଯିବା ରାସ୍ତାରେ ଜେ.ଏମ୍. ହସ୍ପିଟାଲ ସମ୍ମୁଖରେ ଅବସ୍ଥିତ ।

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ହେଉଛି ଏକ ଭାରତୀୟ ପବ୍ଲିକ ସେକ୍ଟର ବ୍ୟାଙ୍କ ଯାହାର ମୁଖ୍ୟ କାର୍ଯ୍ୟାଳୟ ମହାରାଷ୍ଟ୍ର ର ପୁଣେ ସହରରେ ଏବଂ ମହାରାଷ୍ଟ୍ର ରେ ଯେକୌଣସି ଜାତୀୟକରଣ ବ୍ୟାଙ୍କର ଶାଖାଗୁଡିକର ଏହା ହେଉଛି ସର୍ବ ବୃହତ ନେଟୱାର୍କ ।