ଭୁବନେଶ୍ବର(ଏସ୍ ନ୍ୟୁଜ): ରାଜଧାନୀ ଭୁବନେଶ୍ୱର ଜାଲନୋଟର କାରବାର। ଭୁବନେଶ୍ବରର ବିଭିନ୍ନ ମାର୍କେଟରେ ଏହି ଜାଲନୋଟ କାରବାର ଜୋର ଧରିଛି। କମିଶନରେଟ ପୋଲିସର ଆଖିରେ ଧୂଳି ଦେଇ ଦଲାଲ ମାନେ ଜାଲନୋଟ କାରବାର ଚଳାଇଥିଲେ ସୁଦ୍ଧା ପୋଲିସ ପାଖରେ ଏନେଇ କୌଣସି ସୂଚନା ନାହିଁ।

ସୂଚନା ଅନୁଯାୟୀ, ଗତକାଲି ଜଣେ ସାମ୍ବାଦିକ ଏହାର ଶୀକାର ହୋଇଛନ୍ତି। ଏନେଇ ସେ ନିଜ ଫେସବୁକ ପେଜ୍ ରେ ସେୟାର କରି ଜଣାଇଛନ୍ତି । ତାଙ୍କ ପାଖରେ ସେହି ୧୦୦ ଟଙ୍କିଆ ଜାଲନୋଟ ଟି କିପରି ଆସିଲା, କିଏ ଦେଲା ସେ ବିଷୟରେ ସେ କିଛି ଜାଣିନଥିବା ବେଳେ କମିଶନରେଟ ପୋଲିସକୁ ଏହାର ସତ୍ୟାସତ୍ୟ ଖୋଜିବାକୁ ଅନୁରୋଧ କରିଛନ୍ତି। ଆଉ ବର୍ତ୍ତମାନ କମିଶନରେଟ ପୋଲିସ ସକ୍ରିୟ ହୋଇ ଏହି କାରବାରର ପର୍ଦ୍ଦାଫାସ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।
ଖାଲି ସେତିକି ନୁହେ ସତ ସାମ୍ନାକୁ ନ ଆସିଲେ ଅନେକ ସାଧାରଣ ଲୋକ ମୋ ପରି ଠକାମୀର ଶୀକାର ହେବା ସହିତ ଅଯଥା ଆଇନଗତ ପ୍ରକ୍ରିୟାର ସମ୍ମୁଖୀନ ହୋଇପାରନ୍ତି। ଗତକାଲି ସେ ଉକ୍ତ ୧୦୦ ଟଙ୍କିଆ ଜାଲନୋଟ ସମ୍ପର୍କରେ ଅବଗତ ହେବାପରେ, କେହି ଯେପରି ଆଉ ସେହି ନୋଟ ଦ୍ୱାରା ଠକାମୀର ଶିକାର ନହୁଅନ୍ତୁ ,ତେଣୁ ସେହି ନୋଟଟିକୁ ଚିରି ଅକାମୀ କରିଦେଇଛନ୍ତି । ଏଥିସହିତ ସେ ଲୋକଙ୍କୁ ଏଥିପ୍ରତି ସଚେତନ ହୋଇ ରହିବାକୁ ଅନୁରୋଧ କରିଛନ୍ତି।