କେମିତି ରୋକିବେ ବ୍ରଣ ସମସ୍ୟା?

ବ୍ରଣ ହେଉଛି ଏକ ସାଧାରଣ ଚର୍ମ ରୋଗ । ଯାହାକି ଆଜିର ଦିନରେ ଉଭୟ ପୁରୁଷଙ୍କଠାରୁ ଆରମ୍ଭ କରି ମହିଳା ଆଉ ଛୋଟ ପିଲାଙ୍କ ପାଖରେ ଦେଖିବାକୁ ମିଳୁଛି । ବିଶେଷକରି ଯୁବପିଢି ମୁହଁରେ ବ୍ରଣ ସସମ୍ୟାକୁ ନେଇ ଅଧିକ ଚିନ୍ତାରେ ରହିଥାନ୍ତି । ଆଉ ବ୍ରଣରୁ ମୁକ୍ତି ପାଇବା ପାଇଁ ମୁହଁରେ ଅନେକ ପ୍ରକାରର କ୍ରିମ୍ ଓ ଅଏଟଂମେଟଂ ଲଗାଇଥାନ୍ତି ।

ଫଳରେ ତ୍ୱଚା ଅଧିକ ତେଲିଆ ହେବା ସହ ମୁହଁର ଚର୍ମ ଭିତର ଛିଦ୍ର ବନ୍ଦ ହୋଇଯାଏ । ଯାହା ଫଳରେ ତ୍ୱଚାରେ ଅଧିକ ତେଲ ଜମା ହୋଇ ବ୍ରଣ ସୃଷ୍ଟି ହୋଇଥାଏ । ଏହାସହ ଅନେକ ସମୟରେ ପିଲାମାନେ ବ୍ରଣରେ ହାତ ମାରି ଏହାକୁ ଛିଣ୍ଡାଇ ଦେଇଥାନ୍ତି । ଯାହାଫଳରେ ବ୍ରଣ ଆହୁରି ଅଧିକ ବଢିଥାଏ । ତା ସହିତ ଚିନି, ଫାଷ୍ଟଫୁଡ୍, ଜଙ୍କଫୁଡ୍ ଅଧିକ ଖାଇଲେ ମୁହଁରେ ବ୍ରଣ ହେବାର ଆଶଙ୍କା ରହିଥାଏ ।

ବର୍ତମାନର ଜୀବନଶୈଳୀ ଓ ମାନସିକ ଚାପ ମଧ୍ୟ ମୁହଁରେ ବ୍ରଣ ହେବାର ଅନ୍ୟ ଏକ ପ୍ରମୁଖ କାରଣ । ବ୍ରଣରେ ହାତ ମାରିଲେ ତାହା ଦାଗ ହୋଇପାରେ କିମ୍ବା ସେହି ସ୍ଥାନରେ ଖାଲ ହୋଇପାରେ । ତେଣୁ ବ୍ରଣରେ କଦାପି ହାତ ମାରନ୍ତୁ ନାହିଁ । ଯଦି ଆପଣ ମୁହଁରେ ମେକଅପ୍ ଲଗାଉଛନ୍ତି, ତେବେ ମେକଅପକୁ ଭଲ ଭାବରେ ଛଡାନ୍ତୁ । ମେକଅପ୍ ଛଡାଇବା ସମୟରେ ମେକଅପ୍ ରିମୁଭର, ଗୋଲାପ ଜଳ ଓ ନଡିଆ ତେଲ ବ୍ୟବହାର କରନ୍ତୁ ।