ପୁଣି ବଢ଼ିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ : ଏବେ ପନିପରିବାର ଆକାଶ ଛୁଆଁ ଦର ଲୋକଙ୍କୁ ଘାଇଲା କରୁଥିବା ବେଳେ ପୁଣି ଥରେ ଗରାଖଙ୍କ ଉପରେ ବାଜିଛି ମହଙ୍ଗା ଛାଟ। ପୁଣି ବଢିଲା ଗ୍ୟାସ ଦର। ମଙ୍ଗଳବାର ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଛି।

୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୭ଟଙ୍କା ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧,୭୭୩ ରୁ ୧,୭୮୦ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।