କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ

ଯାଜପୁର (ଏସ୍ ନ୍ୟୁଜ): ଯାଜପୁର ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସର କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରତ୍ନାକର ମହାନ୍ତିଙ୍କ ଘର ସହ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ ରେଡ୍ କରିଛି ।ଚହଟା ବାସଭବନ ସମେତ ତାଙ୍କ କାର୍ଯ୍ୟାଳୟ, ଶଶ୍ୱର ଘରରେ ଆଜି ଭୋରୁ ଚଢ଼ାଉ ଜାରି କରିଛି ଭିଜିଲାନ୍ସ ।

ତେବେ ଚଢାଉ ବେଳେ ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଏହା ସହ ନଗଦ ଟଙ୍କା, ସୁନାଗହଣା ଓ ବ୍ୟାଙ୍କ ପାସବୁକ ମଧ୍ୟ ଜବତ କରାଯାଇଛି । ଏବେ ବି ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରି ରହିଛି ।

ସେହିପରି ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସର ବରିଷ୍ଠ କିରାଣୀ ଉଦୟନାଥ ଜେନାଙ୍କ ଘର ସମେତ ତିନିଟି ସ୍ଥାନରେ ଏକକାଳୀନ ଭିଜିଲାନସ ଚଢଉ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଭୁବନେଶ୍ୱର ଭିଜିଲାନସ ପକ୍ଷରୁ ଉଦୟନାଥ ଜେନାଙ୍କ ସୁନ୍ଦରପଦାସ୍ଥିତ ଘର, କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ୍‌ ଅନ୍ତର୍ଗତ ଏଣ୍ଡୁଳପୁର ଗ୍ରାମରେ ଥିବା ପୈତୃକ ଘର ଓ ତାଙ୍କ ଅଫିସରେ ଚଢଉ ଜାରି ରହିଛି। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନସ ଜଜଙ୍କ ନିର୍ଦ୍ଦେଶକ୍ରମେ ଏହା ଚଢଉ କରାଯାଉଛି।