ଅପରାହ୍ନ ୫ଟାରେ ବସିବ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର (ଏସ୍ ନ୍ୟୁଜ) : ଆଜି ଉଭୟ ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ ଅପରାହ୍ନ ୫ଟାରେ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିବେ। ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟରେ ମୋହର ଲାଗିବ। ଏହି ଗୋଟିଏ ପ୍ରସ୍ତାବ ରହିଛି। ଠିକ୍ ପରେ ପରେ ୫ଟା ୧୫ମିନିଟ୍‌ରେ କ୍ୟାବିନେଟ୍ ବୈଠକ ବସିବ, ଯେଉଁଥିରେ ୧୫ଟି ପ୍ରସ୍ତାବ ଉପରେ ଆଲୋଚନା ହେବ। ବିଶେଷକରି ପୂର୍ତ, ସ୍ୱାସ୍ଥ୍ୟ ଏବଂ ରାଜସ୍ୱ ବିଭାଗର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମାରିପାରେ।