ଦେଶରେ ୪୭ ହଜାର ୯୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ କମିଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାର ୯୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୫୦ ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୮ ହଜାର ୧୨୧କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ଲକ୍ଷ ୮୩ ହଜାର ୯୧୭କୁ ବୃଦ୍ଧି ପାଇଛି ।୪ ଲକ୍ଷ ୮୯ ହଜାର ୨୯୪ ଜଣ ଚିକିତ୍ସିତ ହେଉଥିବା ବେଳେ ୮୦ ଲକ୍ଷ ୬୬ ହଜାର ୫୦୨ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।