ହିନ୍ଦୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ମୋର ସମସ୍ତ ପରିବାରଜନଙ୍କୁ ହିନ୍ଦୀ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ହିନ୍ଦୀ ଭାଷା ରାଷ୍ଟ୍ରୀୟ ଏକତା ଏବଂ ସଦ୍‌ଭାବନାର ସୂତ୍ରକୁ ଆହୁରି ମଜଭୁତ କରୁ ବୋଲି ମୋର କାମନା ।’