ଭାରତ ଅଷ୍ଟମ ଥର ଏସିଆ କପ୍ ବିଜୟ

ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାଜିତ କରି ଅଷ୍ଟମଥର ପାଇଁ ଏସିଆକପ୍ ହାତେଇଛି ଭାରତୀୟ ଟିମ୍ । ଭାରତ ପ୍ରଥମେ ବୋଲିଂ କରି ଶ୍ରୀଲଙ୍କ ଦଳକୁ ମାତ୍ର ୫୦ ରନରେ ଅଲଆଉଟ କରିଥିଲା । ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ।

ସିରାଜ ୭ ଓଭର ବୋଲିଂ କରି ମାତ୍ର ୨୧ ରନ ଦେଇ ୬ଟି ୱିକେଟ ହାସଲ କରିଥିଲେ । ସବୁଠାରୁ ବଡକଥା ହେଉଛି ଶ୍ରୀଲଙ୍କା ଟିମର ୫ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିବାରେ ବିଫଳ ହୋଇଥିଲେ ।