ଆଇସିସି ବିଶ୍ୱକପ ୨୦୨୩: ନେଦରଲାଣ୍ଡ୍‌ସକୁ ୮୧ ରନରେ ହରାଇଲା ପାକିସ୍ତାନ

ଭାରତ ମାଟିରେ ନେଦରଲାଣ୍ଡ୍ସକୁ ହରାଇ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ଅଭିଯାନ ଆରମ୍ଭ କଲା ପାକିସ୍ତାନ । ଶୁକ୍ରବାର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ୮୧ରନରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଛି।

ଏଥିସହ ବିଶ୍ୱକପ ଅଭିଯାନ ଦମଦାର ଇଙ୍ଗର ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୪୯ ଓଭରରେ ଅଲଆଉଟ ହେବା ସହ ୨୮୬ ରନ କରିଥିଲା। ଏହାର ଜବାବରେ ଡଚ୍‌ ଟିମ ୪୧ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୦୫ ରନ କରିବାକୁ ସକ୍ଷମ ହୋଇଛି।